ସମ୍ଭାବ୍ୟ ବାତ୍ୟା ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
267
ସମ୍ଭାବ୍ୟ ବାତ୍ୟା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୬/୦୫) : ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ସ୍ଵତନ୍ତ୍ର ରିଲିଫ କମିଶନର ଓ ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।d5d93af5 296a 4cde ad7e 248ecf492867 ସମ୍ଭାବ୍ୟ ବାତ୍ୟା ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଗାମୀ ଦିନରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟା କୁ ମୁକାବିଲା ପାଇଁ ଆଜି କାଶୀନଗର ଠାରେ ବିଡିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଶୋଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ଏସ କଲ୍ୟାଣୀ, ସହକାରୀ ଯନ୍ତ୍ରୀ ରାଜସ୍ୱ, ପୋଲିସ, ଫାୟର, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଏହି ବୈଠକ ହୋଇଯାଇଛି ।

ସମ୍ଭାବ୍ୟ ବାତ୍ୟାଆଶଙ୍କା କରି ରାଜ୍ୟ ସରକାର ଉପକୂଳ ଜିଲ୍ଲା ମାନଙ୍କୁ ଏଲାର୍ଟ ରହିବା ପାଇଁ କହିଛନ୍ତି । ଏଣୁ ଆଜିର ଏହି ପ୍ରସ୍ତୁତି ବୈଠକ ନିହାତି ଅନିର୍ବାର୍ଯ୍ୟ ଅଟେ । ବିଡ଼ିଓ ଶ୍ରୀ ସାହୁ ସମସ୍ତ ଅଧିକାରୀ ଓ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ତଥା ଅଫିସର ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କି କୌଣସି ପରିସ୍ଥିତି ରେ ଲୋକ ଙ୍କୁ ସ୍ଥାନାନ୍ତର ଓ ଖାଦ୍ୟ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।