ଲାଉଡସ୍ପିକରରେ ଅଜାନ୍ ଶୁଣାଇବା ବନ୍ଦ୍ ହେଉ : ତାଙ୍କ ଅଜାନ୍ ଆମେ କାହିଁକି ଶୁଣିବୁ ?

0
135
ଲାଉଡସ୍ପିକରରେ

ରିପୋର୍ଟ : ଦେବଦତ୍ତ ରଥ
ଭୁବନେଶ୍ୱର/ଭଦ୍ରକ, (୧୦/୦୫) : ଲାଉଡସ୍ପିକରରେ ଅଜାନ୍ ଶୁଣାଇବା ବନ୍ଦ୍ ହେଉ ବୋଲି ଦାବୀ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ

ଭାରତ ଏକ ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ର । ସବୁ ଧର୍ମ ର ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏଠି ସମାନ ଅଧିକାର ରହିଛି । ଯାହା ପାଇଁ ଯାହା ଧର୍ମ ବଡ଼, ଯାହା ପାଇଁ ଯାହା ପ୍ରାର୍ଥନା ବଡ଼ । କିନ୍ତୁ, ଏହାର ଅର୍ଥ ନୁହେଁ, ଲାଉଡସ୍ପିକରରେ ନିଜର ପ୍ରାର୍ଥନା/ନମାଜ୍ ପାଠ ଅନ୍ୟକୁ ଶୁଣାଇବା ବୋଲି କହିଛନ୍ତି ହରପ୍ରିୟା ସାହୁ ।

କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଲେ ଲାଉଡସ୍ପିକର ଆଦି ବଜାଇବା ପାଇଁ ଅନୁମତି ନେବାକୁ ହୋଇଥାଏ । ଶବ୍ଦ ପ୍ରଦ୍ୟୁଷଣ, ବାୟୁ ପ୍ରଦୂଷଣ ଆଦି ପାଇଁ ଦୀପାବଳୀରେ ବାଣ ଫୁଟାଇବା ଠାରୁ ଆରମ୍ଭ କରି ବିବାହ ବରଯାତ୍ରୀରେ ଡିଜେ ବଜାଇବା ଅଙ୍କୁଶ ଲଗାଯାଉଛି । କିନ୍ତୁ, ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରଚାର ଓ ପ୍ରସାର ପାଇଁ ନିୟମରେ ବ୍ୟତିକ୍ରମ କାହିଁକି ବୋଲି ପ୍ରଶ୍ନ କରିବା ସହ ନିଜେ ଅଜାନ୍ ପାଠ କରନ୍ତୁ, ନିଜେ ଶୁଣନ୍ତୁ । ଅନ୍ୟ ର ଶାନ୍ତିରେ ବ୍ୟାଘାତ ସୃଷ୍ଟି କରନ୍ତୁ ନାହିଁ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ଯୁବା ନେତ୍ରୀ ହରପ୍ରିୟା ସାହୁ ।

ମୁଁ କୌଣସି ଧର୍ମକୂୁ ବିରୋଧ କରୁନି । କିନ୍ତୁ, ସମସ୍ତଙ୍କ ସୁବିଧାକୁ ଦେଖି ପଦକ୍ଷେପ ଗ୍ରହଣ କରିବା ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନର କାର୍ଯ୍ୟ । ନିଜ ପକ୍ଷରୁ ସେମାନେ ଏପରି ପ୍ରଥା ବନ୍ଦ୍ କରନ୍ତୁ । ନଚେତ୍ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ଏ’ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯଦି ଆଗାମୀ ୭ ଦିନ ମଧ୍ୟରେ ଏହାର ସମାଧାନ ନହୁଏ, ତେବେ ଏ ପଟୁ ହନୁମାନ ଚାଲିଶା ପାଠ ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ଚେତାବନୀ ଦେଇଛନ୍ତି ହରପ୍ରିୟା ସାହୁ ।