ସ୍ୱାମୀ ର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର ଆହତ

0
203
ସ୍ୱାମୀ ର ଛୁରା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୧/୫) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅନ୍ତର୍ଗତ ବେଣାଗାଁ ଗ୍ରାମରେ ସ୍ୱାମୀ ର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଗତକାଲି ରାତିରେ ବେଣାଗାଁ ଗ୍ରାମ ର ସଂଯୁକ୍ତା ଗୌଡ଼ ଘରକାମ କରୁଥିବା ସମୟରେ ସ୍ୱାମୀ ସଞ୍ଜୀବ ଗୌଡ଼ ହଠାତ୍ ପଛପଟୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ସ୍ୱାମୀ ର ଛୁରା ମାଡ଼ରେ ତାଙ୍କର ପଛ ପଟ ର ବେକ ଓ ପାପୁଲି କଟିଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସଂଯୁକ୍ତା ଗୌଡ଼ ଙ୍କ ମାଁ ଶିବରା ନାୟକ ଆକ୍ରମଣକୁ ଅଟକାଇବା ପାଇଁ ଯାଇ ନିଜ ହାତ ପାପୁଲିରେ ଆଘାତ ବାଜି ଆହତ ହୋଇଥିବା ସୂଚନା ମିଳିଛି l

କୌଣସି ସୂତ୍ରରୁ ଖବର ପାଇ ବି.ସିଂହପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ମାତ୍ରେ ଆକ୍ରମଣକାରୀ ସଞ୍ଜୀବ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗୁରୁତର ଆହତ ହୋଇଥିବା ସଂଯୁକ୍ତା ଗୌଡ଼ ଏବେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା ହେଉଥିବା ବେଳେ ଆଜି ପରିବାର ଲୋକେ ବି.ସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି ।