ଅସାନି ସମ୍ଭାବ୍ୟ ବାତ୍ୟା ପାଇଁ ଉପ ଜିଲ୍ଲାପାଳଙ୍କ ସମୀକ୍ଷା

0
179
ଅସାନି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୫) : ଗତକାଲି ସମ୍ଭାବ୍ୟ ବାତ୍ୟା ଅସାନି ର ମୁକାବିଲା କରିବା ପାଇଁ ଗଜପତି ଉପ ଜିଲ୍ଲାପାଳ ଶ୍ରୀ ଦିଲୀପ ମହାରଣା ଏକ ସମୀକ୍ଷା ବୈଠକ କାଶୀନଗର ବ୍ଲକ ରେ କାମ କରିଥିବା ଜଣାପଡିଛି ।

ଶ୍ରୀ ମହାରଣା ଜିଲ୍ଲାପାଳ ଓ ଏସ ଆର୍ ସି ଙ୍କ ନିର୍ଦ୍ଦେଶ ମତେ କାଶୀନଗର ବ୍ଲକ ରେ ପହଞ୍ଚି ଏକ ସମୀକ୍ଷା ବୈଠକ ଡାକିଥିଲେ । ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ପୋଲିସ, ଦମକଳ ବାହିନୀ ଓ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ଡାକି ସମ୍ଭାବ୍ୟ ବାତ୍ୟା ଅସାନି ନିମନ୍ତେ ସରକାର ଙ୍କ ନିର୍ଦ୍ଦେଶ ପ୍ରକାରେ କି କି ପଦକ୍ଷେପ ନିଆଯାଇଛି, ବାତ୍ୟା ଆଶ୍ରୟ ସ୍ଥଳ, ଖାଦ୍ୟ, ଅତ୍ୟାବଶ୍ୟକ ଜିନିଷ ମହଜୁଦ ରଖିବା ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ବଙ୍ଗୋପସାଗର ରେ ଉଠିଥିବା ବାତ୍ୟା ଅସାନି କୁ ନେଇ ପୂର୍ବାନୁମାନ କରାଯାଇଛି ।

ଗଜପତି, ଗଞ୍ଜାମ ଉପକୂଳ ଅଞ୍ଚଳ ହୋଇଥିବା ରୁ ଏଠାରେ ବର୍ଷା ଓ ପବନ ହେବା ସମ୍ଭାବନା ରହିଛି । ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ବାତ୍ୟା ଟି କାକିନାଡ଼ା ଓ ନାର୍ଷପୂର୍ ଅଞ୍ଚଳ ରେ ଲାଣ୍ଡଫଲ ହେବ ବୋଲି ଆଇ ଏମ୍ ଡି ଆକୋଲାନ କରିଛି । ଏଣୁ ବାତ୍ୟା ର ଭୟ ନଥିଲେ ସୁଦ୍ଧା ସଜାଗ ରହିବାକୁ ବିଡ଼ିଓ ଅନୁରୋଧ କରିଛନ୍ତି ।