ଥଇଥାନ ନିୟମ କାର୍ଯ୍ୟକାରୀ ନ କରିବା ଯୋଗୁଁ ଉପଜିଲ୍ଲାପାଳ ଙ୍କ ବିରୁଦ୍ଧରେ ଅଭିନବ ପ୍ରତିବାଦ

0
156
ଥଇଥାନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, ତା (୧୧/୦୫) : ସ୍ଥାନୀୟ ପୌର ପରିଷଦ ତରଫରୁ ବେଆଇନ ଭାବେ ଜବର ଦଖଲ ଉଚ୍ଛେଦ ଆଳରେ ଗରିବ ଛୋଟ ଉଠା ଦୋକାନୀ ଙ୍କୁ ଉପଯୁକ୍ତ ସରକାରୀ ଥଇଥାନ ନ କରି ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।WhatsApp Image 2022 05 11 at 7.30.03 PM ଥଇଥାନ ନିୟମ କାର୍ଯ୍ୟକାରୀ ନ କରିବା ଯୋଗୁଁ ଉପଜିଲ୍ଲାପାଳ ଙ୍କ ବିରୁଦ୍ଧରେ ଅଭିନବ ପ୍ରତିବାଦ

ସୂଚନା ଅନୁଯାୟୀ, ଦୀର୍ଘବର୍ଷ ଧରି ଅନେକ ଥର ପୂର୍ବରୁ ସ୍ଥାନୀୟ ପ୍ରଶାସନ ତରଫରୁ ଏପରି ଉଚ୍ଛେଦ ପ୍ରକ୍ରିୟା ଦ୍ୱାରା କେବଳ ଏହି ଦୋକାନୀ ଙ୍କୁ ଉଚ୍ଛେଦ କରିବା ଓ ପରେ ସେହିପରି ଛାଡି ଦେବା ଯୋଗୁଁ ତଥା କୌଣସି ସ୍ଥାୟୀ ପ୍ରତିକାର ଆବା ସରକାରୀ ନିୟମାନୁସାରେ ତାଙ୍କୁ ପରିବହନ ସହ ଉକ୍ତ ଦୋକାନୀ ଙ୍କୁ ଥଇଥାନ ବ୍ୟବସ୍ଥା ନ କରିବା ରୁ ଅକଥନୀୟ ଦୁର୍ଦ୍ଦଶା ର ଶୀକାର ହୋଇ ଆସୁଛନ୍ତି ।

ଏପରି କି ଉକ୍ତ ଦୋକାନୀ ପୌର ପରିଷଦ ତରଫରୁ ଟ୍ରେଟ ଲାଇସେନ୍ସ ପ୍ରାପ୍ତ କରିଛନ୍ତି ଯାହା ନିୟମନୁସାରେ ଉପଯୁକ୍ତ ଥଇଥାନ ପରେ ଉଚ୍ଛେଦ କରିବା ଉଚିତ । ହେଲେ ପରିତାପ ର ବିଷୟ ସ୍ଥାନୀୟ ପୌରପରିଷଦ ଅଧ୍ୟକ୍ଷ ତଥା ଟିଟିଲାଗଡ ଉପଜିଲ୍ଲାପାଳ ନିଜେ ଏହାର ଖିଲାପ କରି ସ୍ଥାନୀୟ ଥାନା ଠାରୁ ହାଟପଦା ଦୈନିକ ଓ ସାପ୍ତାହିକ ବଜାର କୁ ନିର୍ମାଣ ଆଳରେ ବିନା ଥଇଥାନ କ୍ରମେ ଏଭଳି ଉଚ୍ଛେଦ କରାଯାଇଛି ।

ଏହାର ପ୍ରତିବାଦ କରି ଦୋକାନୀ ନିରୁପାୟ ହୋଇ ବୁଲଡୋଜୋର ଆଗରେ ସୋଇ ପଡ଼ିଥିଲେ । ହେଲେ ପୋଲିସ ପ୍ରଶାସନ ତରଫରୁ ଉଛେଦ ଜିଦ ସମ୍ପୂର୍ଣ୍ଣ କରାଯାଇଛି । ଉକ୍ତ ଦୋକାନୀ ଙ୍କୁ ସହର ବାହାର ଟାଉନଫିଲଡ଼, ଡି ଏ ଭି କଲେଜ ଖେଳପଡ଼ିଆ, ଗୋରୁବଜାର ରେ ନିଜ ଦୋକାନ ମାନ କରିବା କୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ସ୍ଥାନରେ ଉତ୍କଟ ଖରା ସହ ଦୂରକୁ ଯାଇ ନିଜ ଦୈନିକ ଦୋକାନ ସ୍ଥାପନ ଦୁର୍ବିସହ ହୋଇପଡିଛି । ଉକ୍ତ ସ୍ଥାନରେ କୌଣସି ପ୍ରକାର ଥଇଥାନ ବ୍ୟବସ୍ଥା ନ କରି ଏଭଳି ମାନମୁଖୀ ଭାବେ ଗରିବ ଶୋଷଣ ନୀତି କୁ ଉଠା ଦୋକାନୀ ତୀବ୍ର ବିରୋଧ କରିଛନ୍ତି ।WhatsApp Image 2022 05 11 at 7.30.03 PM 1 ଥଇଥାନ ନିୟମ କାର୍ଯ୍ୟକାରୀ ନ କରିବା ଯୋଗୁଁ ଉପଜିଲ୍ଲାପାଳ ଙ୍କ ବିରୁଦ୍ଧରେ ଅଭିନବ ପ୍ରତିବାଦ

ସେହିପରି ସହର ପୁନରୁଦ୍ଧାର ଆଳରେ ବିପୁଳ ପରିମାଣ ର ଅର୍ଥ ମଞ୍ଜୁରୀ ହୋଇଥିବା ମୁଖ୍ୟ ପୋଖରୀ ଗୁଡିକ ର ଜଳ ନିଷ୍କାସନ କରି ମାଟି ଉନ୍ନତି କାମ ଛାଡି ଦିଆଯାଇଛି ଯାହା ବର୍ଷା ଜଳରେ ପୋତି ହୋଇଯିବ ଓ ତାହା କାର୍ଯ୍ୟ ଦର୍ଶାଇ ବିଲ ଭାଉଚର କରି ଅର୍ଥ ତୋଷାରପାତ କରାଯିବା ଚର୍ଚ୍ଚା ହେଉଛି । ଏହି ହାଟପଦା ପଡ଼ା ର ବିନା ଥଇଥାନ ଅବା ଉପଯୁକ୍ତ ଜାତାୟତ ବ୍ୟବସ୍ଥାରେ ଡ୍ରେନ ନିର୍ମାଣ ଆଳରେ ଗତ ନଭେମ୍ବର ମାସ ୨୧ ତାରିଖରେ ଏଭଳି ଭଙ୍ଗା ଯାଇ,ଗାତ ଖୋଳି ଛାଡିଦିଆଯାଇଛି । ଫଳରେ ଆଜି ସୁଦ୍ଧା ଏଭଳି ବ୍ୟବସାୟୀ ଓ ସାଧାରଣ ଲୋକେ ହଟହଟା ହେବା ସାର ହେଉଛି ।

ସ୍ଥାନୀୟ ପୌର ପରିଷଦ ର କୋଭିଡ ପାଇଁ ବାତିଲ ଥିବା ମ୍ୟୁନିସିପାଲଟି ଅଧ୍ୟକ୍ଷ ନିର୍ବାଚନ ରେ ନିର୍ବାଚିତ ପ୍ରତିନିଧି ନିଜ କ୍ଷମତା ପାଇ ସୁଦ୍ଧା ସେ ଏହି ଥଇଥାନ ନେଇ କୌଣସି ପ୍ରକାର ପଦକ୍ଷେପ ନେଇ ନ ପାରିବା ତାଙ୍କର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।