ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୫) : ଆସନ୍ତା ଜୁଲାଇ ୧ ତାରିଖ ରେ ପବିତ୍ର ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସେହିପରି ପାରଳା ରଥ ଯାତ୍ରା ପାଇଁ ପାରଳାଖେମୁଣ୍ଡି ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଜି ପାରଳାଖେମୁଣ୍ଡି ଠାରେ ଥିବା ଆର୍ ସେଟ୍ ସଭା କକ୍ଷରେ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ପାରଳା ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି, ଏସ ପି ଶ୍ରୀ ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ ଜିଲ୍ଲାପାଳ ଶ୍ରୀ ଦିଲୀପ ମହାରଣା ଯୋଗ ଦେଇ ଆସନ୍ତା ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ର ସହ ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଯାତ୍ରା ଯେଭଳି ସୁରୁଖୁରୁରେ ହେବ ସେ ନେଇ ଜିଲ୍ଲାପାଳ ଶ୍ରୀ ପଣ୍ଡବିଭିଁ ବର୍ଗରୁ ଆସିଥିବା ଭକ୍ତାଇ ସେବଦଲ ସହ ଆଲୋଚନା ହୋଇଥିଲା ।