ଆଗନ୍ତୁକ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟ ର ସ୍ୱାଗତ ସମ୍ବର୍ଦ୍ଧନା

0
249
ଆଗନ୍ତୁକ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୩/୦୫) : ବୋରିଗୁମ୍ମା ନିକଟସ୍ଥ ଜୟନ୍ତୀଗିରି ଆଦର୍ଶ ବିଦ୍ୟାଳୟ ଠାରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିବା ତଥା ଆଦର୍ଶ ବିଦ୍ୟାଳୟରେ ଆଗନ୍ତୁକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 05 12 at 8.53.59 PM 1 ଆଗନ୍ତୁକ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟ ର ସ୍ୱାଗତ ସମ୍ବର୍ଦ୍ଧନା

ଏହି କାର୍ଯ୍ୟକ୍ରମରେ ଫୁଲ, କଲମ ଓ ଡ଼ାଇରୀ ଦେଇ ସ୍ୱାଗତ କରିଥିବା ବେଳେ ବରିଷ୍ଠ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ମାଧ୍ୟମରେ ନୂତନ ତଥା ଆଗନ୍ତୁକ ଛାତ୍ର ଛାତ୍ରୀ ମାନଙ୍କୁ ଆପ୍ୟାୟିତ କରିଥିବା ଜଣାପଡିଛି । ଆଜିର ଏହି କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଭୁ ପଦାରବିନ୍ଦ ଜେନା, ଅଧର କୁମାର ମାଝୀ, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ରୋହିତାଶ୍ୱ ସେଠୀ, ମିଲିକା ହାଲଦାର, ଅନୁସୂୟା ତାଣ୍ଡି, ତ୍ରିନାଥ ବେହେରା, ଅଜିତ କୁମାର ସାହୁ, ରେଣୁକା ପ୍ରଧାନ, ଦେବଜାନୀ ନାୟକ, ଶୁକୃ ଗାଦବା ଓ ଦୀପକ କୁମାର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଧର କୁମାର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଜଣା ପଡିଛି ।