ପ୍ରାକୃତିକ ବିପର୍ଯ୍ୟୟ କମିଟି ର ବୈଠକ : ବଂଶଧାରା କୂଳରେ ଆଡ଼ିବନ୍ଧ ନିର୍ମାଣ ହେବ

0
220
ପ୍ରାକୃତିକ ବିପର୍ଯ୍ୟୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୫) : ଗତକାଲି ଗଜପତି ଜିଲ୍ଲା ଗ୍ରାମ୍ୟ ପ୍ରକଳ୍ପ ସଭା ଗୃହରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 20 at 9.18.38 AM ପ୍ରାକୃତିକ ବିପର୍ଯ୍ୟୟ କମିଟି ର ବୈଠକ : ବଂଶଧାରା କୂଳରେ ଆଡ଼ିବନ୍ଧ ନିର୍ମାଣ ହେବ

ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲାରେ ଆସନ୍ତା ମୌସୁମୀ କାଳରେ ଜିଲ୍ଲା ପ୍ରଶାସନ କିଭଳି ପ୍ରସ୍ତୁତି କରିଛି ତାହାର ସମୀକ୍ଷା ଓ ଆଲୋଚନା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ, ସମସ୍ତ ବ୍ଲକ୍ ର ବିଡ଼ିଓ, ପୌରାଞ୍ଚଳ ଗୁଡ଼ିକର ଅଧ୍ୟକ୍ଷ ମାନେ, ସମସ୍ତ ଲାଇନ୍ ବିଭାଗ ର ଅଧିକାରୀ ଙ୍କ ସହ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାୟକ, ଜରୁରୀ କାଳୀନ ଅଧିକାରୀଙ୍କ ସହ ବହୁ ଜିଲ୍ଲା ପଦାଧିକାରୀ ଯୋଗ ଦେଇଥିଲେ ।

କୃଷି, ବିଦ୍ୟୁତ୍, ଅଗ୍ନିଶମ, ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଜଳ ସେଚନ ସହ ସମସ୍ତ ବିଭାଗ ଅଂଶ ଗ୍ରହଣ କରିଥିଲେ । କାଶୀନଗର ବଂଶଧାରା ନଦୀ କୂଳ ଗ୍ରାମ ଗୁଡ଼ିକ ବର୍ଷ ଦିନ ରେ ବନ୍ୟା ଦ୍ଵାରା ପ୍ରଭାବିତ ହୋଇ ବହୁ ସମ୍ପତି ନଷ୍ଟ ହେଉ ନଥିବାରୁ ଉପକୂଳରେ ଆଡ଼ିବନ୍ଧ ନିର୍ମାଣ କରିବାକୁ ସମସ୍ତେ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ ।

ଆଗାମୀ ଦିନରେ ଏକ ମଜବୁତ ଆଡ଼ିବନ୍ଧ ନିର୍ମାଣ କରାଗଲେ ଲୋକେ ବନ୍ୟା ଦାଉରୁ ରକ୍ଷା ପାଇବେ ବୋଲି ଶ୍ରୀ ଜି ତିରୁପତି ରାଓ ଦାବୀ ରଖିଥିଲେ । ଜଣ ସାଧାରଣ ଙ୍କ ଦାବୀ ହେଉଛି କି କାଶୀନଗର ଠାକୁରାଣୀ ମନ୍ଦିର ଠାରୁ ପୁରୁଣା ପୋଲିସ ଥାନା ପର୍ଯ୍ୟନ୍ତ ଆଡ଼ିବନ୍ଧ ସହ ଏକ ରିଂରୋଡ଼ ନିର୍ମାଣ କଲେ କାଶୀନଗର ସହର ର ଟ୍ରାଫିକ ସମସ୍ୟା ରହିବ ନାହିଁ ବୋଲି ମତ ଦେଇଛନ୍ତି ।