-5.7 C
Innichen
Monday, July 4, 2022

କୃଷ୍ଣ ସାଗର ସହ ବଂଶଧାରା ନଦୀକୁ କେନାଲ ଯୋଗେ ଯୋଡିବା ନିମନ୍ତେ ସ୍ମାରକ ପତ୍ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୫) : କାଶୀନଗର ବ୍ଲକ ର ଶିଆଳି ପଞ୍ଚାୟତ ରେ ଥିବା ମଧ୍ୟମ ଜଳସେଚନ ବନ୍ଧ କୃଷ୍ଣ ସାଗର କୁ ବଂଶଧାରା ର ପ୍ରବାହିତ ଜଳ କୁ ସଂଯୋଗ କରିବା ପାଇଁ ଦାବି ହେଉଛି ।

କାଶୀନଗର ରୟିତ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ଡ଼ା ଲକ୍ଷ୍ମୀ ପ୍ରସାଦ ସାହୁ ଙ୍କୁ ରୟୀତ ସଂଘ ସଭାପତି ଏକ ସ୍ମାରକ ପତ୍ର ଦେଇଛନ୍ତି । ସଂଘ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛି କି ମହାରାଜା ଙ୍କ ଅମଳ ରୁ ୧୦୦ ଏକର ଜମିକୁ ଜଳ ସେଚିତ କଲା ଭଳି କ୍ଷମତା ଥିବା ଏହି କୃଷ୍ଣ ସାଗର ବନ୍ଧ ର ପୁନଃ ଖନନ ଆବଶ୍ୟକତା ରହିଛି ଓ ଏହାର ସୌନ୍ଦର୍ଯ୍ୟ କରଣ କରାଗଲେ ଏହା ପର୍ଯ୍ୟଟନ ସ୍ଥଳି ମଧ୍ୟ ହୋଇ ପାରିବ । ଏହି ବନ୍ଧ ର ଚାରିପଟେ ଖୁରିଗମ୍, କାଶୀନଗର, ରଜିପୂର୍ ଆଦି ଗ୍ରାମ ର ଜମି ରହିଛି ।

ଏହି କୃଷ୍ଣ ସାଗର କୁ ବଂଶଧାରା ର ଜଳ ଦ୍ଵାରା ଭର୍ତି କରାଇ ପାଣି ମହଜୁଦ ରଖିଲେ ଏହି ଜଳ ଦ୍ଵିତୀୟ ଫସଲ ପାଇଁ କାମରେ ଲାଗିବ ବୋଲି ସଂଘ ଆଶା ପ୍ରକଟ କରିଛି । ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସଂଘ ଦାବୀ କରିଛି ।

Related Articles

Stay Connected

0FansLike
3,376FollowersFollow
19,800SubscribersSubscribe
- Advertisement -spot_img

Latest Articles