ପାରଳା ଟାଉନ୍ ହଲ୍ ନିକଟରେ ୫ ଟି କାର ରେ ନିଆ ଲାଗି ନଷ୍ଟ

0
136
ପାରଳା ଟାଉନ୍ ହଲ୍

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୫) : ଆଜି ସକାଳେ ଗଜପତି ଜିଲ୍ଲା ର ସଦମହକୁମାରେ ଥିବା ପାରଳା ଟାଉନ୍ ହଲ୍ ନିକଟ ରେ ଅଗ୍ନିକାଣ୍ଡ ଘଟି ଯାଇଛି ।

ସୂଚନା ମୁତାବକ ଗଜପତି ଜିଲ୍ଲା ର ସଦମହକୁମାରେ ଥିବା ପାରଳା ଟାଉନ୍ ହଲ ନିକଟରେ ଥିବା ଏକ ଘରୋଇ ପାର୍କିଂ ସ୍ଥଳ ରେ ଥିବା ୫ ଟି କାର ରେ କୌଣସି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେବା ଫଳରେ କାର ଗୁଡ଼ିକ ପୋଡ଼ି ଯାଇ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ର କାରଣ ଜଣା ପଡ଼ିନାହିଁ ।ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ପୋଲିସ ପହଞ୍ଚି ଅଗ୍ନିକାଣ୍ଡ ର କାରଣ ଖୋଜୁଛି । ତଦନ୍ତ ଜାରି ରହିଛି ।