ରେଳବାଇ କ୍ୱାର୍ଟର ରୁ କାଠ ଜବତ ନେଇ ଷ୍ଟେସନ ମାଷ୍ଟର ଙ୍କୁ ଜେଲ

0
121
ରେଳବାଇ କ୍ୱାର୍ଟର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୪/୦୫) : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଳବାଇ କ୍ୱାର୍ଟର ରୁ ମୂଲ୍ୟବାନ କାଠ ଜବତ ଘଟଣାରେ ଜେଲ ଗଲେ ତୁରେକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପ

ବେଆଇନ ଭାବେ ସରକାରୀ ରେଳବାଇ କ୍ୱାର୍ଟର ରେ କାଠ କାମ କରାଉଥିବା ବେଳେ ବନ ବିଭାଗ ହାତରେ ଧରାପଡି ଜେଲ ଯାଇଛନ୍ତି ଷ୍ଟେସନ ମାଷ୍ଟର । ଚଳିତ ମାସ ୧୩ ତାରିଖରେ କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଝି ବନ ଅଧିକାରୀ ତୁରେକେଲ ଷ୍ଟେସନ ମାଷ୍ଟରଙ୍କ ସରକାରୀ କ୍ୱାର୍ଟର୍ସ ପଛ ପଟୁ ୧୭ ଟି ସାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ କରିଥିଲା । ଏହି ମାମଲାରେ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ ।

ତେବେ ସରକାରୀ କ୍ୱାର୍ଟର୍ସରେ ବେଆଇନ ଭାବେ କାଠ କାମ କରାଉଥିବା ନେଇ ତୁରେକେଲା ଷ୍ଟେସନ ମାଷ୍ଟରଙ୍କୁ ସୋମବାର ବନ ବିଭାଗ ଗିରଫ କରି ରାତିରେ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନେକ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ ଭାବେ କାଠ ଚାଲାଣ କାମ କରୁଥିବା ବନ ବିଭାଗ ସନ୍ଦେହ କରି ଏହି ଚଢାଉ କରିଥିବା ସୂଚନା ଦେଇଛି ।