ତମାଖୁ ବର୍ଜନ ପାଇଁ ସଚେତନତା ରାଲି

0
256
ତମାଖୁ ବର୍ଜନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୫) : ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ ର ପ୍ରାକ୍ କାର୍ଯ୍ୟକ୍ରମ ଭାବରେ ଆଜି ସଦର ବ୍ଲକ ସ୍ଥିତ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।

ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ସଙ୍ଗୀତା ଚୌଧୁରୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ତମାଖୁ ବର୍ଜନ ପାଇଁ ସଚେତନତା ରାଲି ର ଶୁଭାରମ୍ଭ କରିଥିଲେ । ସ୍ଵାସ୍ଥ୍ୟ ଅଧିକାରୀ, କର୍ମଚାରୀ, ଏଏନଏମ, ଆଶାକର୍ମୀଙ୍କ ସମେତ ନାରାୟଣପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଏହି ରାଲିରେ ଅଂଶଗ୍ରହଣ କରି ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଲୋକଙ୍କୁ ତମାଖୁ ସମ୍ପର୍କିତ ସଚେତନତା ପତ୍ର ବଣ୍ଟନ କରିଥିଲେ ।

ସମଗ୍ର କାର୍ଯ୍ୟକ୍ରମକୁ ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ବିପିଏମ ଅଶୋକ ମିଶ୍ର ବିଶେଷ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ମହିଳା ସ୍ଵାସ୍ଥ୍ୟକର୍ମୀ ରଂଜିତା ପଣ୍ଡା, ଶିକ୍ଷକ ହରେଶ ମେହେର ଏବଂ ପୂର୍ଣ୍ଣଚନ୍ଦ୍ର ବାଗ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।