ରାୟଗଡ଼ା ସଦର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ

0
163
ରାୟଗଡ଼ା ସଦର ବ୍ଲକ୍

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (ତା ୩୦/୫) : ରାୟଗଡ଼ା ସଦର ବ୍ଲକ୍ ର ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ବିଦ୍ୟୁତ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ଆଞ୍ଚଳିକ ସଂଯୋଜକ ଶ୍ରୀ ସୁରେନ୍ଦ୍ର କୁଲଦୀପ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିଲେ ।e7ebaf73 df12 467b 9cbb 2d9df0be53df ରାୟଗଡ଼ା ସଦର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ

କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀ ତ୍ରିନାଥ ହରିଜନ, ଜିଲ୍ଲା ସମ୍ପାଦକ ଶ୍ରୀ ରାଜେନ୍ଦ୍ର ସାହୁ ଯଥାକ୍ରମେ ନିର୍ବାଚନ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀ ରୂପେ ନିର୍ବାଚନ ପରିଚାଳନା କରିଥିଲେ । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ନୀଳାଚଳ ମିଶ୍ର, ଜିଲ୍ଲା ସଭାପତି ଅଜିତ କୁମାର ଚୌଧୁରୀ, କାର୍ଯ୍ୟକାରୀ ସଭାପତି ନରେଶ ସିଂ, ଉପସଭାପତି ଦୀପକ ରାଉତ ପ୍ରମୁଖ ଜିଲ୍ଲା କର୍ମକର୍ତ୍ତାଙ୍କ ଆୟୋଜନରେ ଜିଲ୍ଲା ସଂଘ ଉପଦେଷ୍ଟା ଅନନ୍ତ ଚରଣ ରଥ, ଦାଶରଥି ରାଜୁଗୁରୁ ଓ ପ୍ରକାଶ ପାଣିଗ୍ରାହୀ ନିର୍ବାଚନରେ ସହଯୋଗ କରିଥିଲେ । ରାୟଗଡ଼ା ସଦର ବ୍ଲକ୍ ରେ ପ୍ରଥମ ଥର ପାଇଁ ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ସାମିଲ କରିଥିବାରୁ ପାଞ୍ଚଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ଶ୍ରୀ ସଦାନନ୍ଦ ନାୟକ ସଭାପତି, ସୁଧାକର ଚୌଧୁରୀ ଉପସଭାପତି, ସାଳନ୍ତି ଅଟାକା ଉପସଭାନେତ୍ରୀ, ଦୁର୍ଗା ସନ୍ୟାସୀ ବେହେରା ସାଧାରଣ ସମ୍ପାଦକ, ବନୋଜ ମହାପାତ୍ର କୋଷାଧ୍ୟକ୍ଷ ତଥା ମହେନ୍ଦ୍ର ବିଭାର, ଶଙ୍କର ନାରାୟଣ ବେହେରା, ଏମ ଶିବ ପ୍ରସାଦ, ସୁବାରାଓ ବାଚେଲି ଓ ରାଜେଶ ସ୍ୱାଳସିଂ ଯୁଗ୍ମ ସମ୍ପାଦକ ଓ ପୁରନ୍ଦର ପାଣି ସଂଯୋଜକ ରୁପେ ନିର୍ବାଚିତ ହୋଇଛନ୍ତି । ଶେଷରେ ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ରାଜ୍ୟ ପର୍ଯ୍ୟବେକ୍ଷକ ସମସ୍ତ ଶିକ୍ଷକଙ୍କ ଉପସ୍ଥିତିରେ ଶପଥ ପାଠ କରାଇଥିଲେ । ପୁରୁଣା ପେନସନ, ନୂତନ ପେନସନ, ଏକ୍ସ କେଡର, ଆଦି ସମସ୍ତ ବର୍ଗର ଶିକ୍ଷକଙ୍କୁ ସଂଘରେ ସାମିଲ କରିଥିବାରୁ ବ୍ଲକ ର ଶିକ୍ଷକ ମହଲରେ ଏକ ଖୁସିର ପରିବେଶ ସହ ନୂତନ ଉତ୍ସାହ ପରିଲକ୍ଷିତ ହୋଇଛି ।

ଜିଲ୍ଲା ର ପ୍ରତି ବ୍ଲକରେ ଏପରି ଶିକ୍ଷକଙ୍କୁ ଏକଜୁଟ କରିବା ସହ ସେମାନଙ୍କ ସମସ୍ୟା ଓ ଦାବି ଗୁଡ଼ିକ ସାମୁହିକ ଭାବେ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ଶିକ୍ଷକଙ୍କୁ ଭାଗ, ଭାଗ କରି ସରକାର ସେମାନଙ୍କ ଏକତା ନଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାକୁ ଚାହୁଛନ୍ତି, ସମାନ କାର୍ଯ୍ୟକୁ ସମାନ ଦରମା ସହ ସମାନ ସୁବିଧା ସୁଯୋଗ ପ୍ରଦାନ ଏବଂ ସମସ୍ତ ଶିକ୍ଷକଙ୍କୁ ପୁରୁଣା ପେନସନ ବ୍ୟବସ୍ଥା ଦାବି ନିମନ୍ତେ ଆଗାମୀ ଦିନରେ ଜିଲ୍ଲାରେ ଏକ ଆନ୍ଦୋଳନ ଉଙ୍କି ମାରୁଥିବା ସାଧାରଣ ସମ୍ପାଦକ ନୀଳାଚଳ ମିଶ୍ର ବିବୃତ୍ତି ରଖିଛନ୍ତି । ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନରେ ଜିଲ୍ଲା ପୋଲିସ ସହଯୋଗ କରିଥିବାରୁ ଜିଲ୍ଲା ଶିକ୍ଷକ ସଂଘ କୃତଜ୍ଞତା ଜ୍ଞାପନ କରିଛନ୍ତି ।