ଶିକ୍ଷକ ସତ୍ୟପାଲ ମିଶ୍ର ଓ ଜୟ କୃଷ୍ଣ ପ୍ରଧାନ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

0
212
ଶିକ୍ଷକ ସତ୍ୟପାଲ ମିଶ୍ର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୧/୦୬) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ହାଇସ୍କୁଲ ର ଜନ ପ୍ରିୟ ଶିକ୍ଷକ ସତ୍ୟପାଲ ମିଶ୍ର ଓ ଜୟ କୃଷ୍ଣ ପ୍ରଧାନ ଦୀର୍ଘ ୪୦ ବର୍ଷ ପରେ ଚାକିରୀରୁ ଅବସର ନେଇଛନ୍ତି ।

ଶିକ୍ଷକ ସତ୍ୟପାଲ ମିଶ୍ର ଥିଲେ ଏକା ଧାରାରେ ଜଣେ ଦରଦୀ, ମେଳାପୀ, ସରଳ, ନମ୍ର ସ୍ୱଭାବ, କ୍ରୀଡ଼ାବିତ, ଚିତ୍ରକର, ସମାଜସେବୀ, କବି, ଲେଖକ, ଦକ୍ଷ, ଅଧ୍ୟାପକ, ସମୟାନୁ ବର୍ତ୍ତିତା ର ବ୍ୟକ୍ତିତ୍ୱ, ଛାତ୍ର ବତ୍ସଳ, ଯୋଗୀ, ହାସ୍ୟ କଳାକାର, ପଦ କନ୍ଦୁକ ଏବଂ ପ୍ରଭୁ ଜଗନ୍ନାଥଙ୍କ ଉପରେ ଭଲ ଭାଷକ ତଥା ବିଶିଷ୍ଟ ବକ୍ତା । ତାଙ୍କ ଭଲ ପାଇବା କାହାକୁ ଅଛପା ନୁହେଁ । ସେ ସମସ୍ତଙ୍କୁ ଅତି ଆପଣାର କରି ଦୀର୍ଘ ୧୪ ବର୍ଷ ଧରି ଅଧ୍ୟକ୍ଷ ଦାୟିତ୍ୱ ଅତି ସୁଚାରୁ ରୂପରେ ତୁଲାଇ ମନ ମୁଣ୍ଡା ହାଇସ୍କୁଲ ପାଇଁ ସୁନାମ ଆଣିବାରେ ସଫଳତା ଅର୍ଜନ କରି ପାରିଛନ୍ତି ।

ଶ୍ରୀଯୁକ୍ତ ମିଶ୍ର ଓ ପ୍ରଧାନ ଙ୍କ ବିଦାୟ କାଳୀନ ଉତ୍ସବରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଉତ୍ସବରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ପୁରାତନ ନୂତନ ଛାତ୍ର ଛାତ୍ରୀ ଯୋଗ ଦେଇ ଦୁଇ ଶିକ୍ଷକଙ୍କ ଆରୋଗ୍ୟ ଜୀବନ କାମନା କରିଥିଲେ ।