ଲୋଡ଼ର ବୋଝେଇ ଟ୍ରକ କୁ ପଛରୁ ପିଟିଲା ମାଲବୋଝେଇ କଣ୍ଟେନର : କଣ୍ଟେନର ଆଗ ଭାଗ କ୍ଷତିଗ୍ରସ୍ତ

0
315

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ, (୦୫/୦୮) : ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟରାଜପଥ ପୁରୁଣାକଟକ ଥାନା ଅନ୍ତର୍ଗତ ଲଇଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରି ରେ ଛିଡା ହୋଇଥବା ଏକ ଲୋଡ଼ର ବୋଝଇ ଟ୍ରକ କୁ ଏକ ମାଲ ବୋଝେଇ କଣ୍ଟେନର ପଛରୁ ଧକ୍କା ଦେଇଥିବାର ସୂଚନା ମିଳିଛି |

ପ୍ରାପ୍ତ ସୂଚନା ନୁଯାଇ ବାଇଶି ପଡ଼ା ସ୍ଥିତ ARSS ନାମକ ଠିକା ସଂସ୍ଥା ର ଏକ ଲୋଡ଼ର ବୋଝେଇ ଟ୍ରକ ଡ୍ରାଇଭର ଲଇଗାଁ ଛକ ନିକଟରେ ଗାଡି ଅଟକାଇ ତଳକୁ ଓଲ୍ହାଇ ଥିବା ବେଳେ ରାତ୍ରି ପ୍ରାୟ ୨ ଟା ରେ ବୌଦ୍ଧ ପଟକୁ ଯାଉଥିବା ଏକ ମାଲ ବୋଝେଇ କଣ୍ଟେନର ପଛପଟୁ ଧକ୍କା ଦେଇଥିଲା |

ଫଳରେ କଣ୍ଟେନର ର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଛି | ଉକ୍ତ କଣ୍ଟେନର ଟି ଆମlଜନ କମ୍ପାନୀ ର ମାଲ ପରିବହନ କରି ନେଉଥିବାର ଜଣାଯାଉଛି |