ରାସ୍ତାର ୨୫ଫୁଟ୍ ତଳକୁ ଓଲଟିଲା ଅଟୋରିକ୍ସା

0
18
ରାସ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୬/୦୪) : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧୀନ ନାଭାଲ୍ ଫାଣ୍ଡି ଇଲାକାର ନୂଆଗଡ ଓଭର-ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ରାସ୍ତାର ୨୫ଫୁଟ ତଳକୁ ଖସିଛି ଏକ ଅଟୋ । ଗାଡ଼ିଟି ଦ୍ରୂତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଆହତ ଯାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ନାଭାଲ୍ ଫାଣ୍ଡି ରବୀନ୍ଦ୍ର ଗୌଡ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପଥରା ଅଞ୍ଚଳର ୮ ଜଣ ବ୍ୟକ୍ତି ଏକ ଅଟୋରିକ୍ସା ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା ।

Leave a Reply