ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

0
16
ଏକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୬/୦୪) : ମୋହନା ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି କମଳାପୁର ନାକା ପଏଣ୍ଟରେ ।

ମୋହନା ଥାନା ଅନ୍ତର୍ଗତ ଚଢ଼ିଆପଦା ଗାଁ ରୁ ବ୍ରହ୍ମପୁର ସହର ବାଇ ପାସ ଦେଇ ମହାରାଷ୍ଟ୍ର ସୋଲାପୁର ଯାଉଥିଲା ଏହି ଗଞେଇ । ଜବତ ଗଞ୍ଜେଇ ର ପରିମାଣ ୧୦ କୁଇଣ୍ଟାଲ ହୋଇଥିବା ବେଳେ ଏକ ମହିନ୍ଦ୍ରା ମେକ୍ସ ପିକ୍ ଅପ୍ ସହ ଦୁଇ ଜଣକୁ ଗିରଫ କରିଛି ମୋହନା ପୋଲିସ୍ । ଏହି ଚୋରା ଚାଲାଣ ରାକେଟ ରେ ଅନ୍ତଃ ରାଜ୍ୟ ମାଫିଆ ଜଡ଼ିତ ଥିବାରୁ ପୋଲିସ୍ ଅଧିକା ତଦନ୍ତ କରୁଛି ।

Leave a Reply