ହିଟ ଏଣ୍ଡ ରନ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତି ର ଜାମିନ ଖାରଚ

0
112
ହିଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୦୪/୦୬) : ବଲାଙ୍ଗୀର ହିଟ ଏଣ୍ଡ ରନ୍‌ ଘଟଣା ର ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତି ର ଜାମିନ ଆବେଦନ ଏସ୍‌ଡିଜେଏମ୍‌ କୋର୍ଟରେ ଖାରଜ ହୋଇଛି ।

ଚିତ୍ତ ମହାନ୍ତି ପକ୍ଷରୁ ଆଇନ୍‌ଜୀବୀ ଅମ୍ବରୀଶ ତ୍ରିପାଠୀ ଜାମିନ ଆବେଦନ କରିଥିଲେ । ସରକାରୀ ଓକିଲ ହରେଶ ସୁନାନୀ ଏହାକୁ ବିରୋଧ କରିଥିଲେ । ମୁଖ୍ୟ ଅଭିଯୁକ୍ତ ବିରୋଧରେ ସଂଗୀନ ଦଫା-୩୦୨, ୩୦୭, ୧୨୦-ବି ଲାଗିଥିବାରୁ ଏସ୍‌ଡିଜେଏମ୍‌ ମନୋଜ ମହାନ୍ତି ଜାମିନ ଆବେଦନକୁ ଖାରଜ କରିଥିଲେ । ଏହାପରେ ଗତକାଲି ସେସନ୍ସ କୋର୍ଟରେ ଚିତ୍ତ ମହାନ୍ତି ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଶ୍ରୀ ତ୍ରିପାଠୀ ଜାମିନ ଆବେଦନ କରିଥିବା ସୂଚନା ମିଳିଛି ।