ରାୟଗଡ଼ା ଅବକାରୀ ବିଭାଗ ର ଆକ୍ସନ ମୁଡ୍

0
232
ରାୟଗଡ଼ା ଅବକାରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥି
ରାୟଗଡ଼ା, (୦୭/୦୬) : ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂ ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଆଦେଶ ପରିପ୍ରେକ୍ଷୀରେ ରାୟଗଡ଼ା ଅବକାରୀ ଅଧିକ୍ଷକ ଶ୍ରୀ ଅଭିରାମ ବେହେରାଙ୍କ ଜିଲ୍ଲା ର ସମସ୍ତ ଅଧିନସ୍ତ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।WhatsApp Image 2022 06 07 at 5.36.01 AM ରାୟଗଡ଼ା ଅବକାରୀ ବିଭାଗ ର ଆକ୍ସନ ମୁଡ୍

ଯାହା ଫଳରେ ଜିଲ୍ଲାରେ ଅବକାରୀ ଧରପଗଡ ଯୋରଦାର କରିଛି ରାୟଗଡ଼ା ଅବକାରୀ ବିଭାଗ । ଆଜି ରାୟଗଡା ଜିଲ୍ଲାରେ ୧୦ ଗୋଟି ଅବକାରୀ ମାମଲା ରୁଜୁ କରାଯାଇ ୮ ଜଣଙ୍କୁ ଗିରଫ କରାଯାଇଛି । ଉକ୍ତ ଧରପଗଡରେ ୧୪୦୦ ଲିଟର ମହୁଲ ପୋଚ, ୯୬ ଲିଟର ଦେଶି ମଦ, ୮୦ ଲିଟର ତାଡି, ୨୭.୪ କୁଇଣ୍ଟାଲ ମହୁଲ ଫୁଲ ସହ ଗୋଟିଏ ବାଇକ୍ ଜଵତ କରାଯାଇଛି । ଉକ୍ତ ଜବତ ସାମଗ୍ରୀ ର ଆନୁମାନିକ ମୂଲ୍ୟ ୧,୩୦,୦୦୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୁତ୍ରରୁ ପ୍ରକାଶ ।

ଏହି ଧରପଗଡରେ ଅବକାରୀ ନିରୀକ୍ଷକ ଗୁଣପୁର ଶ୍ରୀ ହିତ୍ଗାସୁ ମଲ୍ଲିକ ଓ ଆଇ ସି ଗୁଣପୁର ଶ୍ରୀ ବୃନ୍ଦାବନ ମଣ୍ଡଳ, ରାଶି ନାୟକ, ରଘୁନାଥ ମୁଣ୍ଡା, ମାଝୀଗୌରୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଆଗାମୀ ଦିନରେ ଏପରି ଧରପଗଡ ଜାରି ରହିଵ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି ।