ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ

0
165
ସୁବର୍ଣ୍ଣପୁର ଜିଲ୍ଲାପାଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୬) : ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଦ୍ୱାରା ଓରମାସ ତାଲିମ କେନ୍ଦ୍ର ସୋନପୁର ଠାରେ ଏକ ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ ହୋଇଯାଇଛି l ଏହି ତାଲିମ ଶିବିର ୪୫ ଦିନ ଧରି ଚାଲିବ lWhatsApp Image 2022 06 07 at 8.49.09 PM 2 ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ

ଏହି ପ୍ରାକୃତିକ ରଙ୍ଗ ତାଲିମ ପାଇଁ ୨୦ ଜଣ ହିତାଧିକାରୀଙ୍କୁ ପୂର୍ବରୁ ଚୟନ କରାଯାଇଥିଲା l ଶିବିର ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କୁ ସାକାର କରିବାକୁ ଜିଲ୍ଲା ର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯେପରି ସୁନିଶ୍ଚିତ କରିବେ ତତ ସହ ଗ୍ରାହକ ମାନଙ୍କୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ଉପଯୋଗୀ ଲୁଗା ଯୋଗାଇଦେବା ସହ ହିତାଧିକାରୀ ଯେମିତି ସଠିକ ଭାବରେ ତାଲିମ ପାଇପାରିବେ ସେ ଉପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି l

ପୁନଶ୍ଚ ଆଗାମୀ ଦିନରେ ଜିଲ୍ଲାରେ କୌଣସି ଗର୍ତ୍ତ ତନ୍ତ ଯେପରି ବିନା କଂକ୍ରିଟରେ ନ ରହିବ ତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀମତୀ ନରୱଣେ l ଜିଲ୍ଲରେ ପ୍ରଥମେ ୨୦ ଟି ତନ୍ତରେ ପ୍ରାକୃତିକ ରଙ୍ଗରେ ରଙ୍ଗାୟିତ ଲୁଗା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ଓ ପରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ତନ୍ତ ସଂଖ୍ୟା କୁ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚିତ କରିଛନ୍ତି l

ଓଡିଶା ବୟନ ଶିଳ୍ପ ବିଭାଗ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ଗନ୍ତାୟତ, ଉପ ନିର୍ଦ୍ଦେଶକ ବୟନ ଶିଳ୍ପ କେ ବି କେ ଡିଭିଜନ, କୋରାପୁଟ, ଶିଶିର କୁମାର ନାଗ, ଉପ ନିର୍ଦ୍ଦେଶକ ତଥା ମ୍ୟାନେଜିଙ୍ଗ ଡାଇରେକ୍ଟର ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ଼, ଶାନ୍ତନୁ କୁମାର ମେହେର, ଉପ ନିର୍ଦ୍ଦେଶକ ବୟନ ଶିଳ୍ପ ସୋନପୁର, ଯୁବରାଜ ସାହୁ, ଜିଲ୍ଲା ଓରମାସ ଅଧିକାରୀ ସୋନପୁର ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ ସମ୍ବଲପୁରୀ ବସ୍ତ୍ରାଳୟ ବରଗଡ଼, ସଂପୂର୍ଣ୍ଣା ନନ୍ଦ ପ୍ରଧାନ, ସମ୍ପାଦକ, ସମ୍ବଲପୁରୀ ବସ୍ତ୍ରାଳୟ ବରଗଡ଼ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l