ଜିଆଇଇଟି ଵିଶ୍ଵବିଦ୍ୟାଳୟ ର କେମିକାଲ ବିଭାଗ ର ଦୁଇ ଦିନିଆ ଜାତୀୟ ସମ୍ମିଳନୀ

0
118
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡା/ଗୁଣୁପୁର, (୧୦/୬) : ସ୍ଥାନୀୟ ଜିଆଇଇଟି ଵିଶ୍ଵବିଦ୍ୟାଳୟ ର କେମିକାଲ ବିଭାଗ ର ଅନ ଲାଇନ ମାଧ୍ୟମରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଛି ।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ତାମିଲନାଡୁ ର ଆନା ଜିଆଇଇଟି ବିଶ୍ଵ ବିଦ୍ୟାଳୟ ର ଆସି ପି ଟି ର ନିର୍ଦେଶକ ଡ଼ଃ ନଗେନ୍ଦ୍ର ଗାନ୍ଧୀ, ଭୁବନେଶ୍ୱର ସ୍ଥିତ ସି ଏସ ଆଇ ଆର ର ପୁର୍ବତନ ମୁଖ୍ୟ ବୈଜ୍ଞାନିକ ଡ଼ଃ ଆର ଭୀମ ରାଓ, ଵିଶ୍ଵ ବିଦ୍ୟାଳୟ ର କୁଳପତି ଡ଼ଃ ଗୌତମ ଘୋଷ, ବିଭାଗୀୟ ମୁଖ୍ୟ ଡ଼ଃ ରାଧାକୃଷ୍ଣ ପାଢ଼ୀ ପ୍ରମୁଖ ଯୋଗ ଦେଇ ସବୁଜ ଶକ୍ତି ର ଉତ୍ପାଦନ ଓ ପରିବେଶ ସଂକଟ କୁ ରକ୍ଷା ବିଷୟ ବସ୍ତୁ ନେଇ ଆଲୋଚନା କରାଯାଇଥିଲା । ସମ୍ମିଳନୀକୁ ଅଧ୍ୟାପିକା ସୁମନ ମିଶ୍ର ପରିଚାଳନା କରିଥବା ବେଳେ ଡ଼ଃ ସନ୍ତୋଷ ବିନ୍ଧାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦୁଇ ଦିନିଆ ସମ୍ମିଳନୀରେ ଛାତ୍ରଛାତ୍ରୀ ଓ ଅଧ୍ୟାପିକା ଓ ଅଧ୍ୟାପକ ଯୋଗ ଅଂଶଗ୍ରହଣ କରିଥିଲେ ।