ଗୁଣପୁର ଥେରୁବାଲି ରେଳପଥ ପ୍ରତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଦେବାକୁ

0
193
ଗୁଣପୁର ଥେରୁବାଲି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡା/ଗୁଣପୁର, (୧୧/୦୬) : ଗୁଣପୁର ଥେରୁବାଲି ରେଳପଥ ନିମନ୍ତେ ଆବଶ୍ୟକ ୫୦% ଅନୁଦାନ ଦିଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଅନୁସୂଚିତ ଜାତି ଓ ଜନ ଜାତି ଏବଂ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦୃଷ୍ଟି ଦେବା ପାଇଁ ଆନ୍ଧ୍ର ଓଡିଶା ରେଳ ବ୍ୟବହାରିକ ସଂଘ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଅନୁରୋଧ କରିଛନ୍ତି ।WhatsApp Image 2022 06 11 at 11.38.15 AM ଗୁଣପୁର ଥେରୁବାଲି ରେଳପଥ ପ୍ରତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଦେବାକୁ

ଗୁଣପୁର ଥେରୁବାଲି ରେଳପଥ ପ୍ରକଳ୍ପ ୨୦୧୮ ମସିହା ରେଳ ବଜେଟରେ ମଞ୍ଜୁରୀ ପାଇଥିଲେ ମଧ୍ୟ ମାଗଣା ଜମି ଏବଂ ପ୍ରକଳ୍ପ ର ଅଧା ଖର୍ଚ୍ଚ ବହନ କରିବା ପାଇଁ ରେଳ ବିଭାଗ ରାଜ୍ୟ ସରକାରଙ୍କୁ କହିଥିଲେ l ପରେ ଏ ନେଇ ରାଜ୍ୟ ସରକାର ମାଗଣା ଜମି ନେଇ ସମ୍ମତି ଜଣାଇଥିଲେ ମଧ୍ୟ ପ୍ରକଳ୍ପ ର ଅଧା ଖର୍ଚ୍ଚ ଦିଗରେ କୌଣସି ଅଭିମୁଖ୍ୟ ରଖି ନାହାଁନ୍ତି l

ଜୟପୁର ମାଲକାନଗିରି, ଜୟପୁର ନବରଙ୍ଗପୁର ନୂତନ ରେଳପଥ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଟଙ୍କା ବହନ କରିଛନ୍ତି l ହେଲେ ବହୁ ପୁରୁଣା ଗୁଣପୁର ଥେରୁବାଲି ରେଳପଥ ୨୦୧୮ ରୁ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ୫୦ ପ୍ରତିଶତ ଟଙ୍କା ଦେଇ ନଥିବାରୁ କାର୍ଯ୍ୟ ଆଗକୁ ଯାଇ ପାରୁନାହିଁ l

ତେଣୁ ମନ୍ତ୍ରୀ ଶ୍ରୀ ସାରକା ମୁଖ୍ୟମନ୍ତ୍ରୀ ଓ 5T ସଚିବ ଙ୍କ ସହ ଆଲୋଚନା କରି ଅତି କମରେ ୧୦୦ କୋଟି ଟଙ୍କା ଆସନ୍ତା ବଜେଟରେ ଏହି ରେଳପଥ ପାଇଁ ଯୋଗାଇବା ହେଲେ ଗୁଣପୁର-ଥେରୁବାଲି ରେଳପଥ ର ଅଗ୍ରଗତି ଦିଗରେ ସହାୟକ ହୋଇପାରିଥାନ୍ତା ଏବଂ ଆପଣଙ୍କ ନାମ ରାୟଗଡା ଜିଲ୍ଲା ଇତିହାସରେ ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହିବା ସହ ରାୟଗଡା ଜିଲ୍ଲାବାସୀ ଏହା ଦ୍ୱାରା ଉପକୃତ ହୋଇପାରିବ ବୋଲି ଆଶା ବ୍ୟକ୍ତ କରି ଆଜି ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ମନ୍ତ୍ରୀ ଶ୍ରୀ ସାରକା ଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।WhatsApp Image 2022 06 11 at 11.38.14 AM 1 ଗୁଣପୁର ଥେରୁବାଲି ରେଳପଥ ପ୍ରତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଦେବାକୁ

ତେବେ ବାରମ୍ବାର ଗୁଣୁପୁର ରେଳପଥ ର ସଂଯୋଗୀ କରଣ ପାଇଁ ଦାବି ହେଉଥିଲେ ମଧ୍ୟ ସରକାରଙ୍କ ଏପରି ଉଦାସିନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁଣୁପୁର ଥେରୁବାଲି ଏହି ରେଳପଥ ର ସଂଯୋଗୀକରଣ ଦିଗରେ ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡୁଛି ଦେଖିବାକୁ ବାକି ରହିଲା ।