ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ : ଗଣଶିକ୍ଷା ସଚିବ

0
174

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୬/୦୮) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ ୯ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ । କୋଭିଡ୍ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି ।

ଅଗଷ୍ଟ ୧୬ ତାରିଖରୁ ନବମ କ୍ଲାସ ଆରମ୍ଭ ସହ ଛାତ୍ରାବାସ ମଧ୍ୟ ଖୋଲିବ । ସଂପୂର୍ଣ୍ଣ କୋଭିଡ ଗାଇଡ୍ଲାଇନ ମଧ୍ୟରେ କ୍ଲାସ ଚାଲିବ ବୋଲି କୁହାଯାଇଛି । ରବିବାର ଓ ସାଧାରଣ ଛୁଟି ଦିବସରେ ହେବନି କ୍ଲାସ । ଅଭିଭାବକ ଚାହିଁଲେ ପିଲାମାନେ ଅନ୍ଲାଇନ୍ କ୍ଲାସ୍ କରିପାରିବେ ।

ସେପଟେ ଜୁଲାଇ ୨୬ ତାରିଖଠାରୁ ଖୋଲିଛି ଦଶମ ଓ ଦ୍ୱାଦଶ ଶ୍ରେଣୀ । ପିଲାମାନେ କୋଭିଡ୍ଲାଇନ୍ ଭିତରେ କ୍ଲାସ୍ କରୁଛନ୍ତି । ତେବେ ସ୍କୁଲ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିଛି । ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ । ମହାମାରୀ କରୋନା ପାଇଁ ସମଗ୍ର ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଦେଢ଼ ବର୍ଷ ପରେ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ଶିକ୍ଷାନୁଷ୍ଠାନ ଖୋଲୁଛନ୍ତି ସରକାର ।