ବୋରୱେଲ ରେ ଫସିଥିବା ରାହୁଲଙ୍କ ଅତି ନିକଟତର ଉଦ୍ଧାରକାରୀ ଟିମ୍

0
120

ରିପୋର୍ଟ : ରାମନାଥ ଗନ୍ତାୟତ
ଛତିଶଗଡ/ଭୁବନେଶ୍ୱର, (୧୪/୦୬) : ଛତିଶଗଡ ଚମ୍ପା ଜିଲ୍ଲା ର ପିହରିଦ ଗାଁରେ ୮୦ ଫୁଟ ର ଗଭୀର ଗାତ ତଳେ ଫଶି ରହିଛି ଜୀବନ । ଚାରି ଦିନ ହେବ ବୋରୱେଲ ର ଗଭୀର ଗାତ ର ଅନ୍ଧାକାର ଭିତରେ ଫଶି ରହଛନ୍ତିି ୧୦ ବର୍ଷ ର ବାଳକ ରାହୁଲ । ଜୀବନ ସହ କରୁଛନ୍ତି ଲଢ଼େଇ ।

ସେପଟେ ବୋରୱେଲ ରେ ଫସିଥିବା ରାହୁଲକୁ କଳେ ବଳେ କୌଶଳେ ଜୀବିତ ଉଦ୍ଧାର କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ଏନଡିଆରଏଫ, ଏସିଡିଆରଏଫ ଓ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗୋଟେ ପଟେ ଚାଲିଛି ଚାଲିଛି ଉଦ୍ଧାର କାର୍ଯ୍ୟ ଅନ୍ୟପଟେ ରାହୁଲଙ୍କ ସୁରକ୍ଷା ପାଇଁ ଚାଲିଛି ପ୍ରାର୍ଥନା । ଉଦ୍ଧାରକାରୀ ଦଳ କହିଛି ବୋରୱେଲ ଭିତରୁ ରାହୁଲଙ୍କ ଉଦ୍ଧାର କରିବା ସମୟରେ ବଡ ବଡ ଚଟାଣ ଓ ପଥର ବାଧା ସାଜୁଛି । ଏଥିସହ ବୋରୱେଲରେ ପାଣି ଭରି ରହିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବିତ ହେଉଛି ।

ସେପଟେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ୍ୱ କରିବା ପାଇଁ ଗୁଜରାଟରୁ ଆସି ପହଞ୍ଚିଛି ରୋବୋଟିକ ଟିମ୍ । ରୋବୋର୍ଟରୁ ମିଳୁଥିବା ତଥ୍ୟ ଆଧାରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଘଟଣାକୁ ପ୍ରାୟ ୩ ଦିନ ବିତି ଗଲାଣି । ଗାତ ଭିତରେ କେମିତି ରହିଛି ରାହୁଲଙ୍କ ସ୍ଥିତି ତା’ ଉପରେ କଡ଼ା ନଜର ରଖାଯାଇଛି । ଖାଦ୍ୟ, ପାନୀୟ, ଔଷଧ ସବୁ କିଛି ରାହୁଲଙ୍କୁ ଯୋଗାଯାଉଛି । ସେପଟେ ଉଦ୍ଧାରକାରୀ ଦଳ ଓ ପରିବାର ଲୋକ ରାହୁଲଙ୍କ ମନୋବଳ ବଢାଉଛନ୍ତି । ସେପଟେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ରେସ୍କ୍ୟୁ ଅପରେସନ କୁ ମନିଟର କରାଯାଇ ମୁଖ୍ୟମମନ୍ତ୍ରୀଙ୍କୁ ପ୍ରତି ସମୟ ର ଖବର ଦିଆଯାଉଛି ।

ରାହୁଲଙ୍କ ପରିବାର ସହ ଲଗାତାର କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଛତିଶଗଡ ଚମ୍ପା ଜିଲ୍ଲା ର ପିହରିଦ ଗାଁ ର ଏହି ଘଟଣା ଉପରେ ସାରା ଦେଶର ନଜର ରହିଛି । ରେସ୍କ୍ୟୁ ଅପରେସନ ର ସଫଳ ହେବା ପାଇଁ ଚାଲିଛି ପ୍ରାର୍ଥନା । ଜୁନ ୧୧ ତାରିଖରେ ଖେଳୁ ଖେଳୁ ବୋରୱେଲ ଭିତରକୁ ଖସି ପଡିଥିଲେ ବାଳକ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବା ପରେ ତାଙ୍କ ଖୋଜରେ ବାହାରିଥିଲେ ପରିବାର ଲୋକ । ଘର ଆଖପାଖରେ ଖୋଜିବା ସମୟରେ ହଠାତ ଘର ଲୋକ ରାହୁଲଙ୍କ ଡାକ ଶୁଣିବାକୁ ପାଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନକୁ ଖବର ଦେବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।