ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଏକ ପ୍ରହେଳିକା ମାତ୍ର : କବି ପ୍ରଶାନ୍ତ ମିଶ୍ର

0
170
ଅଗ୍ନିବୀର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୬) : କେନ୍ଦ୍ର ସରକାରଙ୍କ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଏକ ପ୍ରହେଳିକା ମାତ୍ର ବୋଲି କବି ପ୍ରଶାନ୍ତ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଭାରତ ସରକାର ନିଯୁକ୍ତି ସୃଷ୍ଟି କରିବା ପାଇଁ ତାଙ୍କ ନିର୍ବାଚନ ଇସ୍ତାହାରରେ କହିଥିଲେ ।

ବର୍ଷକୁ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ, ହେଲେ ଗଲା ୮ ବର୍ଷରେ ୧୬ କୋଟି ନିଯୁକ୍ତି ଦେବା କଥା ହେଲେ ବିରୋଧୀ ଯେତେବେଳେ ଏହି ପ୍ରସଙ୍ଗ କୁ ଜୋରଦାର କଲେ ସରକାର ଲୋକ ଙ୍କୁ ଭୁଆଁ ବୁଲାଇ ବାକୁ ଚୁକ୍ତି ଭିତ୍ତିକ ଅଗ୍ନିବୀର ଯୋଜନା କରି ଯୁବକ ମାନଙ୍କୁ ପଥଭ୍ରଷ୍ଟ ରୁ ଏଡ଼ାଇବା ଏବଂ ନିଯୁକ୍ତି ଆଳ ଦେଖାଇ କେବଳ ୪ ବର୍ଷ ଠିକା ନିଯୁକ୍ତି ଦେବେ ତା’ପରେ ସେମାନେ କିଛି ପଇସା ଧରି ଘରକୁ ଫେରିବେ ।

କିନ୍ତୁ ଏହି ଠିକା ବା ଆଉଟ୍ ସୋର୍ଶିଂ ବ୍ୟବସ୍ଥା ଯେଉଁ ଦିନ ଯାଏ ବନ୍ଦ ହୋଇନାହିଁ ତାହା ଯୁବକ ଓ ଭବିଷ୍ୟତ ନାଗରିକ ଙ୍କ ପାଇଁ ବିଷ ତୁଲ୍ୟ ହେବ । ସରକାର ବିଭିନ୍ନ ଆରୋପ କୁ ଦୃଷ୍ଟି ହଟାଇବା ପାଇଁ ଏହି ଯୋଜନା କରିଛନ୍ତି । ଏଣୁ ତୁରନ୍ତ ଏହି ବ୍ୟବସ୍ଥା ହଟାଇବା ଜରୁରୀ ବୋଲି କବି ତଥା ଆପ ର କାଶୀନଗର ସଂଯୋଜକ ଶ୍ରୀ ପ୍ରଶାନ୍ତ ମିଶ୍ର ଦାବୀ କରିଛନ୍ତି ।