ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ “ଟେବୁଲ ଟପ ଏକ୍ସସାଇଜ” ଅନୁଷ୍ଠିତ

0
175
ପ୍ରାକୃତିକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୧୮/୦୬) : ରାୟଗଡ ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପାଇଁ ଟେବୁଲ ଟପ ଏକ୍ସସାଇଜ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l

ଆଜିର ଏହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଟେବୁଲ ଟପ ଏକ୍ସସାଇଜ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ପି.ଡ଼ି. ଡି.ଆର. ଡି.ଏ. ରବିନାରାୟଣ ତ୍ରିପାଠୀ, ନିର୍ବାହୀଯନ୍ତ୍ରୀ ବିଦ୍ୟୁତ ବିଭାଗ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ରୟ, ନିର୍ବାହୀଯନ୍ତ୍ରୀ ଗ୍ରାମୀୟ ନିର୍ମାଣ, ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ, ଅଗ୍ନିଶମ ବିଭାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ, ତହସିଲଦାର ରାୟଗଡ଼ା ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ତରଫରୁ ପର୍ଯ୍ୟବେକ୍ଷକ ଭାବେ ଆଶ୍ରୟ କେନ୍ଦ୍ର ସହ ଜଡିତ ସୁଧିର ସେଠୀଙ୍କୁ ରାୟଗଡ଼ା ଜିଲ୍ଲା କୁ ପଠାଇଛନ୍ତି l

ଏହି ବୈଠକରେ ବିଶେଷ କରି ବର୍ଷା ଦିନେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ର କିପରି ମୁକାବିଲା କରାଯାଇ ପାରିବ, ଲୋକମାନଙ୍କୁ ଓ ଧନଜୀବନ କିପରି ଉଦ୍ଧାର କରାଯାଇ ପାରିବ, ଦାୟିତ୍ୱରେ ଥିବା ଅଧିକାରୀ, ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା କ’ଣ ରହିବ ସେଥିପାଇଁ ପୂର୍ବରୁ ସତର୍କତା ରହିବା ପାଇଁ ସଚେତନ କରାଯିବା ଉପରେ ଆଜିର ଏହି କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ l ଵିଶେଷ କରି ବନ୍ୟା ବାତ୍ୟା ପୂର୍ବରୁ ସତର୍କତା, ବନ୍ୟା ବାତ୍ୟା ସମୟରେ ଦାୟିତ୍ୱ ଏବଂ ପରବର୍ତ୍ତି ସମୟରେ ଦାୟିତ୍ୱ କଣ ରହିବ ସେଥି ନିମନ୍ତେ ଆଲୋଚନା କରାଯାଇଥିଲା l

ଅଗ୍ନିଶମ ବିଭିନ୍ନ ବିଭାଗ ଯେଉଁମାନଙ୍କର କି ଯନ୍ତ୍ରପାତି ରହିଛି ସେମାନଙ୍କ ପୂର୍ବ ପ୍ରସ୍ତୁତି ରହିବାକୁ କୁହାଯାଇଥିଲା l ଅଗ୍ନିଶମ ବିଭାଗ ତରଫରୁ ପ୍ରଦର୍ଶନୀ ଓ ମୋକ ଡ୍ରିଲ ଆୟୋଜନ କରାଯାଇଥିଲା l ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା ସଦର ମହକୁମା ଓ ପ୍ରତ୍ୟେକ ବ୍ଲକରେ ଟେବୁଳ ଟୋପ ଏକ୍ସରେ ସାଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ବୈଠକରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗ ସହିତ ଆଲୋଚନା କରାଜୀବ ସହ ଅଗ୍ନିଶମ ବିଭାଗ ତରଫରୁ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧରେ ପ୍ରଦର୍ଶନ କରିଥିଲେ l ସେହିପରି ଆସନ୍ତା ୧୯/୦୬/୨୨ ରିଖ ଦିନ ଜିଲ୍ଲା ର ତିନୋଟି ବହୁମୂଖୀ ଆଶ୍ରୟ ସ୍ଥଳୀ ଯଥା ରାୟଗଡ଼ା ବ୍ଲକ ର ହାଟ ଶେଷଖାଲ, ବିଷମ କଟକ କୁଟ୍ରାଗଡ଼ ଏବଂ ଗୁଣପୁର ର ବିକ୍ରମପୁର ଠାରେ ମୋକ ଡ୍ରିଲ ଆୟୋଜନ କରାଯିବ l

ଏହି ମୋକ ଡ୍ରିଲ ନିମନ୍ତେ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଅଞ୍ଚଳ ପରିଚାଳକ, ସ୍ଥାନୀୟ ଜନସାଧାରଣ, ସରପଞ୍ଚ, ସ୍ୱେଚ୍ଛାସେବୀ, ଅଗ୍ନିଶମ ବିଭାଗ, ଆଦିଙ୍କୁ ସାମିଲ ହୋଇଥିଲେ l ଏଥିପାଇଁ ଗତ ୧୩/୦୬/୨୨ ରିଖ ଦିନ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିଡିଓ ମାନେ ସମନ୍ଵୟ ବୈଠକ ଡାକି ବିଭିନ୍ନ ବିଭଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l