ଶିକ୍ଷକ ଙ୍କ ଅଭିନବ ଉପାୟ : ପିଲାଙ୍କୁ ନିଜ ବାଇକ୍ ରେ ଘରେ ପହଞ୍ଚାଇଲେ

0
429
ଶିକ୍ଷକ ଙ୍କ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୬) : ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ତାଡବା) ଶିକ୍ଷକମାନେ ଏକ ଅଭିନବ ଉପାୟରେ ପିଲାଙ୍କୁ ସ୍କୁଲମୁହା କରିବା ପାଇଁ ଦୂରଦୂରାନ୍ତରୁ ଚାଲି ଚାଲି ଆ‌ସୁଥିଵା ଛାତ୍ରଛାତ୍ରୀଙ୍କୁ ନିଜ ବାଇକରେ ବସାଇ ସେମାନଙ୍କ ଘରକୁ ଛାଡ଼ି ଆସୁଛନ୍ତି ।

ପ୍ରକାଶ ଥାଉକି ଆଜି ପ୍ରବଳ ବର୍ଷା ହେବା ପରେ ପିଲାଙ୍କୁ ଯିବାରେ ଅସୁବିଧା ହେବା ଯୋଗୁଁ ଶିକ୍ଷକମାନେ ନିଜ ବାଇକରେ ବସାଇ ଘରେ ଛାଡ଼ି ଆସିଥିଲେ । ଏହାକୁ ଦେଖି ଅଭିଭାବକ ମହଲରେ ଆନନ୍ଦର ଛାୟା ଖେଳିଯାଇଥିଲା । ଶିକ୍ଷକମାନଙ୍କ ଏଭଳି ପ୍ରୟାସକୁ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ପିଲାମାନେ ଉତ୍ସାହିତ ହୋଇ ସ୍କୁଲମୁହା ହେଵେ ବୋଲି ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ମୌସୁମୀ ଆସିଯାଇଥିବାରୁ ଏଭଳି ଏକ ଅଭିନବ ଉପାୟ କରିଛନ୍ତି ।