ଯୋଗ କୌଣସି ଧାର୍ମିକ ଲୋକଙ୍କ ଅଧିକାର ନାହିଁ : ବିଡ଼ିଓ

0
146
ଯୋଗ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୬) : ଆଜି ବିଶ୍ୱ ଯୋଗ ଦିବସ ପାଳନ ଅବସରେ ଯୋଗ କୌଣସି ଧାର୍ମିକ ଲୋକ ଙ୍କ ଅଧିକାର ନୁହେଁ ବରଂ ଏହା ଶାରୀରିକ ଉନ୍ନତି ର ଏକ ମାଧ୍ୟମ ବୋଲି ବି ଡ଼ି ଓ ଡ଼ା. ଲକ୍ଷ୍ମୀ ପ୍ରସାଦ ସାହୁ କହିଛନ୍ତି ।

ଆଜି ସ୍ଥାନୀୟ ବାରାଣସୀ ହାଇସ୍କୁଲ ପଡିଆ ରେ ଆୟୋଜିତ ବିଶ୍ୱ ଯୋଗ ଦିବସ ପାଳନ ଅବସରେ ତହସିଲଦାର ଶ୍ରୀ ଲାରିମନ୍ ଖର୍ସେଲ, ସାମ୍ବାଦିକ ହୃଷୀକେଶ ଗୌଡ, ସହକାରୀ ଯନ୍ତ୍ରୀ ବିଶ୍ଵନାଥ ମହାରଣା, ଯୋଗିନୀ ଯୋଗ ଗୁରୁ ହରି ଭାଇ ଙ୍କ ସହ ବହୁ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ବି ଡ଼ି ଓ ଶ୍ରୀ ସାହୁ ଯୋଗ କୌଣସି ଧାର୍ମିକ ଲୋକଙ୍କ ଅଧିକାର ନାହିଁ ଓ ଏହା କରିବା ଦ୍ୱାରା ଶାରୀରିକ ଭାବେ ସର୍ବାଙ୍ଗୀନ ଉନ୍ନତି ସମ୍ଭବ ବୋଲି କହିଥିଲେ । ତହସିଲଦାର ଶ୍ରୀ ଖର୍ସେଲ କହିଥିଲେ ଯେ ଯୋଗ ଆଜି ବିଶ୍ଵ ସ୍ତରୀୟ ହୋଇ ବିଶ୍ଵ ର ଗୁରୁ ପାଲଟିଛି ।