ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

0
123
ଜିଲ୍ଲା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୬) : ଗତକାଲି ଗଜପତି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ ଅତିରିକ୍ତ ସଚିବ ଶ୍ରୀ ରଞ୍ଜନ ବିଶ୍ଵାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ପି ଡି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ, ଜରୁରୀ କାଳୀନ ଅଧିକାରୀ, ଯୋଗ ଦେଇଥିଲେ । ବିଭିନ୍ନ ବ୍ଲକ ର ବିଡ଼ିଓ ଓ ତହସିଲଦାର ମାନେ ଯୋଗ ଦେଇ ଆଗାମୀ ମୌସୁମୀ ଦିନରେ ବନ୍ୟା ବାତ୍ୟା କୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା ।