ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଆରଟିଓ ଯିବାକୁ ପଡିବନି : ଏହି ସ୍ଥାନରୁ ମିଳିପାରିବ ଲାଇସେନ୍ସ

0
168

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୭/୦୮) : ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଆରଟିଓ ଯିବାକୁ ପଡିବନି । ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଅଟୋମୋବାଇଲ କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍, ଏନଜିଓ କିମ୍ବା ଆଇନଗତ ଭାବରେ ଅନୁମତି ପ୍ରାପ୍ତ ବେସରକାରୀ ସଂସ୍ଥା ସମେତ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ତାଲିମ କେନ୍ଦ୍ର ଏହି ଡ୍ରାଇଭିଂ ଲାଇସେନ୍ସ ଦେଇ ପାରିବେ ।

କିନ୍ତୁ ଆରଟିଓରେ ଯେମିତି ଡିଏଲ ପ୍ରଦାନ ପ୍ରକ୍ରିୟା ଚାଲିଥିଲା ଏବେ ବି ସମାନ ଜାରି ରହିବ ବୋଲି କୁହାଯାଇଛି । ସଡ଼କ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମରେ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ଦେଇଛି ।

ଏବେ ଆପଣଙ୍କୁ ଆରଟିଓରେ ଯାଇ ଲମ୍ୱା ଧାଡ଼ିରେ ଡିଏଲ ଆବେଦନ କରିବାକୁ ପଡିବ ନାହିଁ । ଅନ୍ୟ ସ୍ଥାନରୁ ମଧ୍ୟ ଡିଏଲ ମିଳିପାରିବ । ନୂଆ ନିୟମ ଅନୁଯାୟୀ ଏବେ ଡିଏଲ ପାଇଁ ଆବେଦନ କରିବା ଆହୁରି ସହଜ ହେବ । ଏନଜିଓ ବ୍ୟତୀତ ବେସରକାରୀ ଅନୁଷ୍ଠାନ ଯେଉଁ ମାନେ କି ଡ୍ରାଇଭିଂ ପ୍ରଶିକ୍ଷଣ ଦେଉଛନ୍ତି ସେମାନେ ସମସ୍ତେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରି ପାରିବେ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି ।

ଲାଇସେନ୍ସ ପ୍ରଦାନ କରିବାକୁ ଥିବା ସଂସ୍ଥା ପାଇଁ ପରିବହନ ମନ୍ତ୍ରାଳୟ କିଛି ସର୍ତ୍ତ ରଖିଛନ୍ତି । ଏହା ଅଧୀନରେ ଆବେଦନ କରୁଥିବା ଆଇନଗତ ସଂସ୍ଥା କେନ୍ଦ୍ରୀୟ ମୋଟର ଯାନ ନିୟମ (ଉଗଠ) ନିୟମ, ୧୯୮୯ ଅନୁଯାୟୀ ଯେଉଁଠି ଏହି ସଂସ୍ଥା ଖୋଲାଯାଇଥିବ ସେଠାରେ ଆବଶ୍ୟକ ଭିତ୍ତିଭୂମି କିମ୍ବା ସୁବିଧା ରହିବ । ଏଥିସହ ସଂସ୍ଥା ଖୋଲିବାକୁ ଆବେଦନ କରିଥିବା ବ୍ୟକ୍ତି ତାଙ୍କର ଆର୍ଥିକ କ୍ଷମତା ମଧ୍ୟ ଦର୍ଶାଇବାକୁ ହେବ ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟ ସରକାରଙ୍କୁ ସ୍ୱୀକୃତିପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ରର ବ୍ୟବସ୍ଥା ଏବଂ ସ୍ୱୀକୃତି ପ୍ରଣାଳୀକୁ ମଧ୍ୟ ବ୍ୟାପକ ପ୍ରଚାର କରିବାକୁ ହେବ । ମନ୍ତ୍ରାଳୟ କହିଛି ଯେ ଆବେଦନକାରୀ ଆବେଦନ ତାରିଖ ଠାରୁ ୬୦ ଦିନ ମଧ୍ୟରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ମାନ୍ୟତା ପାଇଁ ଅନୁମୋଦନ ପ୍ରଦାନର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବ ।