ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ହରଭଙ୍ଗା ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ

0
187
ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୦୬) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଆସନ୍ତା ରବିବାର ଦିନ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁଯାଉଛି ।

ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ହରଭଙ୍ଗା ଠାରେ ଅନୁଷ୍ଠିତ ଏହି ଶିବିରରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସହିତ କିଡନୀ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି କାର୍ଯ୍ୟକ୍ରମରେ କଟକ, ବୁର୍ଲ୍ଲା ଏବଂ ଭୂବନେଶ୍ୱର ମେଡିକାଲ କଲେଜ ର ଚିକିତ୍ସକ ବିଶେଷଜ୍ଞ ମାନଙ୍କ ଦ୍ୱାରା ଅତ୍ୟାଧୁନିକ ଇ.ସି.ଜି, ଏକ୍ସରେ ସହିତ ରକ୍ତ ପରୀକ୍ଷା କରାଯାଇ ରୋଗ ନିରୂପଣ ସାଙ୍ଗକୁ ଚିକିତ୍ସା କରାଯିବ ।

ଏ ନେଇ ଆଜି ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ପ୍ରଚାର କରାଯାଇଛି । ସକାଳ ୮ ଟାରୁ ୧୨ ଟା ମଧ୍ୟରେ ବରିଷ୍ଠ ନାଗରିକମାନେ ବୟସ ପ୍ରମାଣ ପତ୍ର ସହ ପଞ୍ଜୀକରଣ କରି ମାଗଣା ସ୍ୱାସ୍ଥ୍ୟ ସେବା ର ସୁଯୋଗ ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।