ଅପ୍ରତିଦ୍ଵନ୍ଦୀ ପ୍ରେସିଡେଣ୍ଟ ଶୈଳେନ୍ଦ୍ର ପ୍ରଧାନ

0
127
ଅପ୍ରତିଦ୍ଵନ୍ଦୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୭/୦୬) : ବୌଦ୍ଧ ଜିଲ୍ଲାରେ ସେବା ସମବାୟ ସମିତି ଲିଃ ର ନିର୍ବାଚନୀ ପ୍ରକ୍ରିୟା ଦୁଇଟି ପର୍ଯ୍ୟୟରେ ଶେଷ ହୋଇଥିବା ବେଳେ ଆଜି ଲୁଣିବାହାଲ ସମବାୟ ସମିତି ର ସଭାପତି ଭାବେ ଶ୍ରୀଯୁକ୍ତ ଶୈଳେନ୍ଦ୍ର ପ୍ରଧାନ ଅପ୍ରତିଦ୍ଵନ୍ଦୀ ବିଜୟ ଲାଭ କରିଛନ୍ତି ।WhatsApp Image 2022 06 27 at 8.56.08 PM ଅପ୍ରତିଦ୍ଵନ୍ଦୀ ପ୍ରେସିଡେଣ୍ଟ ଶୈଳେନ୍ଦ୍ର ପ୍ରଧାନ

ସମିତିଟି ୧୫ ଟି ଜୋନ ନେଇ ତିଆରି ହୋଇଥିବା ବେଳେ ଜୋନ ନଂ ୧ ରୁ ସୁବାସ କୁମାର ପ୍ରଧାନ, ୨ ରୁ ଶୈଳେନ୍ଦ୍ର ପ୍ରଧାନ, ୩ ରୁ ସନ୍ତୋଷ ପ୍ରଧାନ, ୪ ରୁ ନର୍ମଦା ଅମାତ, ୫ ରୁ ନିର୍ମଳ ପ୍ରଧାନ, ୬ ରୁ ପ୍ରଫୁଲ୍ଲ ନାୟକ, ୭ ମମତା ପ୍ରଧାନ, ୮ ରୁ କବିରାଜ ପ୍ରଧାନ, ୯ ରୁ ନନ୍ଦୀ ବେହେରା, ୧୦ ରୁ ମହେନ୍ଦ୍ର କୁମାର ବେହେରା, ୧୧ ରୁ ଅମ୍ବିକା ନାୟକ, ୧୨ ରୁ ଗିରିଶ ଚନ୍ଦ୍ର ମହାକୁଡ଼, ୧୩ ରୁ କେଶବ ଭୋକ୍ତା, ୧୪ ରୁ ନୀଳାମ୍ବର ବେହେରା ଅପ୍ରତିଦ୍ଵନ୍ଦୀ ବିଜେତା ହୋଇଥିବା ବେଳେ ୧୫ ନଂ ନିର୍ବାଚନୀ ମଣ୍ଡଳୀରୁ କେହି ଜଣେ ବି ନାମାଙ୍କନ ପତ୍ର ଦାଖଲ କରିନ ଥିଲେ ।

୧୪ ଜଣ ଅପ୍ରତିଦ୍ଵନ୍ଦୀ ଡାଇରେକ୍ଟର ଶ୍ରୀମାନ ଶୈଳେନ୍ଦ୍ର ପ୍ରଧାନ ଙ୍କୁ ସମିତି ପ୍ରେସିଡେଣ୍ଟ ଭାବେ ଅପ୍ରତିଦ୍ଵନ୍ଦୀ ଭାବେ ମନୋନୀତ କରିଥିଲେ । ଆଜି ଶ୍ରୀମାନ ପ୍ରଧାନ ଙ୍କୁ ନିଜ ସମିତି ର ସମ୍ପାଦଜ ସଞ୍ଜୀବ ପ୍ରଧାନ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଛନ୍ତି ।