ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
192
ଦୀନ ଦୟାଲ ଉପାଧ୍ୟାୟ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୮/୬) : ବୋରିଗୁମ୍ମା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଉପାଧ୍ୟାୟ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 06 28 at 6.08.05 PM ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗ୍ରାମାଞ୍ଚଳ ର ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ସ୍ଥାନରେ ତାଲିମ ଓ ନିଯୁକ୍ତି ପ୍ରଦାନ ଉଦ୍ଦେଶ୍ୟରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତି ମାଧୁରୀ ଆଚାରି, ଶ୍ରୀ ଶାନ୍ତିପ୍ରଦ ମହାପାତ୍ର, ବିପିଏମ୍ ଶ୍ରୀ ବିଶାଳ ସମୀର, ଜିଲ୍ଲା ଦକ୍ଷତା କୋଅର୍ଡିନେଟର ପ୍ରଶାନ୍ତ ଛତର, ବୋରିଗୁମ୍ମା ବ୍ଲକ ସଂଯୋଜକ ଶ୍ରୀ ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଯୋଜନା ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ତାଲିମ ପ୍ରଦାନ କାରୀ ପି.ଆଇ.ଏ ସାହାନା, ରେଡଟେକ୍, ରମନ ଏଜୁକେସନ ସୋସାଇଟି ପ୍ରମୁଖ ଯୋଗ ଦାନ କରି ଗ୍ରାମାଞ୍ଚଳରୁ ଆସିଥିବା ୧୧୮ ଜଣ ଯୁବକ ଯୁବତୀ ମାନଙ୍କୁ ନିଜ ପସନ୍ଦର ଟ୍ରେଡ ମାଧ୍ୟମରେ ତାଲିମ ନେବାକୁ ପ୍ରବର୍ତ୍ତିତ କରିଥିଲେ । ସମସ୍ତ ପଞ୍ଚାୟତ ସ୍ତରୀୟ ସଂଘ ର ସମସ୍ତ କ୍ୟାଡର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଜଣାପଡିଛି ।