ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ

0
325
ବିଦ୍ୟୁତ୍ ତାର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୪/୭) : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ରେଞ୍ଜ ନିକଟସ୍ଥ ରତାଖଣ୍ଡି ଜଙ୍ଗଲରେ ଗତକାଲି ରାତି ୧୦ ଘଣ୍ଟା ସମୟରେ ଏକ ଭାଲୁ ମରିପଡ଼ିଥିବା ଦେଖି ବିଦ୍ୟୁତ୍ ବିଭାଗୀୟ କର୍ମଚାରୀମାନେ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ରତାଖଣ୍ଡି ଜଙ୍ଗଲରେ ଶିକାରୀମାନେ ବିଭିନ୍ନ ସମୟରେ ବିଦ୍ୟୁତ୍ ତାର ରେ ହୁକ୍ କରି ବାର୍ହା ଶିକାର କରିଥାନ୍ତି । ଗତ କାଲି ରାତିରେ ବାର୍ହା ଶିକାର ପାଇଁ ସେହି ବିଦ୍ୟୁତ୍ ତାର ଟଣା ଯାଇଥିବା ଅନୁମେୟ କିନ୍ତୁ ସେହି ତାରରେ ଏକ ଭାଲୁ ପଡ଼ି ଯିବାରୁ ତାର ମୃତ୍ୟୁ ହୋଇଛି । ଏହି ଜଙ୍ଗଲରେ ବହୁ ସମୟରେ ଏମିତି ଏମିତି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜନ୍ତୁ ମରିବା ଘଟଣା କିଛି ନୂଆଁ ନୁହେଁ ।

ଜନ୍ତୁ ମରିବା ଘଟଣାରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏମିତି ଜନ୍ତୁ ମାରିବା ଘଟଣାରେ ଉଭୟ ବିଦ୍ୟୁତ ବିଭାଗ ଓ ଜଙ୍ଗଲ ବିଭାଗୀୟ କର୍ମଚାରୀଙ୍କ ହାତ ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବିଦ୍ୟୁତ ତାର କାଟି ଅଞ୍ଚଳବାସୀଙ୍କୁ ଅନ୍ଧାରରେ ରଖି ଶିକାରୀ ଏଭଳି ଶିକାର କରିବା ଓ ଏହାର କୌଣସି ତଦନ୍ତ ନ ହେବା କେତେଦୂର ଠିକ୍ ତାହା ଉଭୟ ବିଭାଗକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏ ସମ୍ପର୍କରେ ଆମେ ମନମୁଣ୍ଡା ରେଞ୍ଜର ଙ୍କ ସହ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିଲେ । କିନ୍ତୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆମ ବୌଦ୍ଧ ଜିଲ୍ଲା ର ହୋଇଥିବାରୁ ଏହି ଭାଲୁ ମୃତ୍ୟୁ ର ତଦନ୍ତ ଠିକ୍ ଭାବେ ହୋଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି ।