ଗୁଣୁପୁର ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

0
182
ଗୁଣୁପୁର ମହାବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୦୫/୦୭) : ଗୁଣୁପୁର ଜୁଲାଇ ୧ ରୁ ୭ ତାରିଖ ମଧ୍ୟରେ ଏକ ସପ୍ତାହ ଵ୍ୟାପୀ ବନମହୋତ୍ସବ କାର୍ଯ୍ୟକ୍ରମ ପାଳନ ଅବସରରେ ଜାତୀୟ ସେବା ଯୋଜନା ର ସହଯୋଗରେ ଗୁଣୁପୁର ମହାବିଦ୍ୟାଳୟ ପରିସରରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 07 04 at 10.20.43 PM ଗୁଣୁପୁର ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏଥିରେ ବିଭିନ୍ନ କିସମ ର ଯଥା- ବଉଳ, କଦମ୍ବ, ପିସ୍ତା ବାଦାମ ପ୍ରଭୃତି ୨୦ ଟି ଚାରା ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା । ପ୍ରତ୍ୟେକ ବୃକ୍ଷକୁ ଗାଈ ଗୋରୁଙ୍କ ଠାରୁ ରକ୍ଷା କରିବା ପାଇଁ ବାଡ଼ ଦିଆଯାଇଥିଲା । ସ୍ଥାନୀୟ ବନ କ୍ଷେତ୍ରପାଳ ଶ୍ରୀଯୁକ୍ତ ନୀଳମାଧବ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଗୁଣୁପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଗଛ ସବୁ ଲଗାଯାଇଥିଲା ।

ଏ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର, ଖେଳ ଶିକ୍ଷକ ଶ୍ରୀଯୁକ୍ତ ଦେବ ପ୍ରସାଦ ପାଢ଼ୀ ଓ ବନପାଳ ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ବନ ବିଭାଗ ର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଗଛ ଲଗାଇ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ ର ଏହି ନିଆରା ପ୍ରୟାସ ସତରେ ସ୍ୱାଗତ ଯୋଗ୍ୟ ।