ବାଣିଶ୍ରୀ ବିହାର ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଶୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

0
204
ବାଣିଶ୍ରୀ ବିହାର ଗୁଣପୁର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୬/୦୭) : ତା ୬/୭/୨୨ ରିଖ ବାଣିଶ୍ରୀ ବିହାର ଗୁଣପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ବର୍ଷ ୨୦୨୧-୨୨ ର ଦଶମ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ସହିତ ସମଗ୍ର ରାୟଗଡ଼ା ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଛି । ମୋଟ ୫୬ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ A1-୧୨, A2-୩୪, B1-୮ ଓ B2-୨ ଜଣ ଉତ୍ତୀର୍ଣ୍ଣ ହୋଇଅଛନ୍ତି ।

ବାଣିଶ୍ରୀ ବିହାର ଗୁଣପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଆୟୁଷ୍ମାନ୍ ଦେଵାର୍ଚ୍ଚେଟି ମୋଟ ୫୭୪ ପ୍ରାପ୍ତାଙ୍କ ରଖି ରାୟଗଡ଼ା ଜିଲ୍ଲାରେ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଆୟୁଷୀ ପାଣିଗ୍ରାହୀ-୫୬୪, ଶୁଭଙ୍କର ପାତ୍ର-୫୬୩, ସ୍ମୃତିମୟୀ ସେନାପତି-୫୬୨, ମହେଶ ରଞ୍ଜନ ବେହେରା-୫୬୨, ରୀତୁ ପଣ୍ଡା-୫୫୭, ଶୁଭଲକ୍ଷ୍ମୀ ମାଦେଳି-୫୫୩, ସିଦ୍ଧେଶ୍ୱରୀ ଜେନା-୫୪୬, କୁମ୍ କୁମ୍ ପ୍ରଧାନ-୫୪୫, ରଶ୍ମିତା ପାଣିଗ୍ରାହୀ-୫୪୨, ତ୍ରିନାଥ ପାଣିଗ୍ରାହୀ-୫୪୨ ଓ ଶ୍ରୀୟାଶ୍ରୀ ରାଜଗୁରୁ-୫୪୦ ପ୍ରାପ୍ତାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଉକ୍ତ ସଫଳତାରେ ଅନୁଷ୍ଠାନ ର ପ୍ରଧାନାଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଓ ଗୁରୁଜୀ ଗୁରୁମାମାନେ ସମସ୍ତ ଶିଶୁ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନୁଷ୍ଠାନର ସଂପାଦକ ଶ୍ରୀ ସୋମନାଥ ଗୌଡ, ସଭାପତି ଶ୍ରୀ ବି.ଗଜପତି ରାଓ, ଉପ ସଭାପତି ଶ୍ରୀ ମୀନକେତନ ପଣ୍ଡା କୋଷାଧ୍ୟକ୍ଷ ପି. ଗୋବିନ୍ଦ ରାଓ ଯୁଗ୍ମ ସଂପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଓ ସୁଜାତା ଶବର, ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଶୁଭେଛୁ ତଥା ପୂର୍ବତନ ସଭାପତି ଲଳିତ କୁମାର ବୈଦ୍ୟଭୂଷଣ, ସେହିପରି ଉପ ସଭାପତି ଶ୍ରୀ ବି. ଲକ୍ଷ୍ମୀ ନାରାୟଣ ଓ ପୂର୍ବତନ ସଂକୁଳ ପ୍ରମୁଖ ଶ୍ରୀ ମନୋରଞ୍ଜନ ରଥ ପ୍ରଭୃତି ସଫଳତା ହାସଲ କରିଥିବା ଶିଶୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।