ଜୟପୁର ଘାଟିରେ ବସ ଦୁର୍ଘଟଣାରେ ଶିକ୍ଷୟତ୍ରୀ ଙ୍କ ମୃତ

0
292
ଜୟପୁର ଘାଟିରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୭) : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଜୟପୁର ଘାଟିରେ ବସ ଦୁର୍ଘଟଣାରେ କାର୍ଯ୍ୟରତ ଜଣେ ଶିକ୍ଷୟତ୍ରୀ ଙ୍କ ପରଲୋକ ହୋଇଯାଇଛି ବୋଲି ଜଣା ପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ବ୍ଲକ ର କେ. ସୀତା ପୁର ଗ୍ରାମ ପଞ୍ଚାୟତ ସିଙ୍ଗିପୁର ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ଶତପଥୀ କୌଣସି କାର୍ଯ୍ୟରେ ଯୋଗ ଦେବାକୁ ବସ ଯୋଗେ ଜୟପୁର ଯାଉଥିଲେ । ଜୟପୁର ଘାଟିରେ ବସ ଓଲଟି ପଡ଼ିବା ଯୋଗୁଁ ସେ ଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ । ଏହି ମର୍ମନ୍ତୁଦ ଖବର ଜଣାପଡିବା ପରେ କାଶୀନଗର ବ୍ଲକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଶୋକ ର ଛାୟା ଖେଳି ଯାଇଥିଲା । କାଶୀନଗର ବ୍ଲକ ଶିକ୍ଷକ ସଂଘ, ଜିଲ୍ଲା ପରିଷଦ ଶିକ୍ଷକ ସଂଘ ତରଫରୁ ଗଭୀର ଦୁଃଖ ପ୍ରକାଶ ପାଇଛି । ବି ଇ ଓ , ଅତିରିକ୍ତ ବି ଇ ଓ ଓ ଅଫିସ ତରଫରୁ ଏକ ଶୋକ ବାର୍ତ୍ତାରେ ଗଭୀର ଦୁଃଖ ପ୍ରକାଶ କରା ଯାଇଛି ।

ଜିଲ୍ଲା ପରିଷଦ ଶିକ୍ଷକ ସଂଘ ତରଫରୁ ସଭାପତି ଶ୍ରୀ ବି. ଗୋପାଳ ରାଓ, କାର୍ଯ୍ୟକାରୀ ସଭାପତି ଶ୍ରୀ ଜଗଦୀଶ ପାତ୍ର, ସମ୍ପାଦକ ଗଣେଶ ପାଣିଗ୍ରାହୀ, ଶିକ୍ଷକ ନେତା ଦେବରାଜ ଜେନା, ଏମ୍ ଶ୍ରୀନିବାସ ରାଓ ମଧ୍ୟ ଦୁଃଖ ପ୍ରକାଶ କରି ଅମର ଆତ୍ମା ର ସଦ ଗତି କାମନା କରିଛନ୍ତି ।