ସୋନପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

0
137
ସୋନପୁର ଥାନାରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୭) : ସୋନପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଲେ କୃଷ୍ଣଚନ୍ଦ୍ର ମେହେର । 

ସେ ପୂର୍ବରୁ ଜୁନ ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ ସୋନପୁର ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ । ୨୦୨୧ ଅକ୍ଟୋବର ମାସରେ ସୋନପୁର ଥାନା ରୁ ବୀରମହାରାଜପୁର ଥାନା କୁ ବଦଳି ହୋଇଥିଲେ । ନଭେମ୍ବର ମାସରେ ବିନିକା ଥାନାକୁ ବଦଳି ହେଲା ଓ ଇନ୍ସସପକ୍ଟର ପଦବୀକୁ ପଦୋନ୍ନତତି ହୋଇଥିଲେ । ବିନିକା ଥାନାରୁ ଏବେ ସୋନପୁର ଥାନା ରେ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ।

ସେ ଯୋଗ ଦେବା ପରେ ସହରରେ ଶାନ୍ତି ଶୃଙ୍ଖଳ ରକ୍ଷା କରିବା, ଟ୍ରାଫିକ ବ୍ୟବସ୍ଥାରେ ଗୁରୁତ୍ୱ ଦେବା, ନିଶା ନିବାରଣ ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ ଅପରାଧିକ ମାମଲା ଉପରେ ଗୁରୁତ୍ୱ ଦେବି ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ମେହେର ପ୍ରକାଶ କରିଛନ୍ତି ।