ରାମଗଡ ସେବା ସମବାୟ ସମିତି ର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ

0
183
ରାମଗଡ ସେବା ସମବାୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୪/୦୭) : ଦ୍ୱିତୀୟ ପର୍ଯ୍ୟରେ ହରଭଙ୍ଗା ବ୍ଲକ ରାମଗଡ ସେବା ସମବାୟ ସମିତି ଲିଃ. ର ନିର୍ବାଚନୀ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଗତକାଲି ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି ।

ରାମଗଡ ସେବା ସମବାୟ ସମିତି ର ସଭାପତି ପଦବୀ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ଲୁଲୁ ସେଠି ଓ ବିଜୁ ଜନତା ଦଳ (ବିଜେଡି) ତରଫରୁ ଅଜିତ କ୍ଷେତ୍ତି ଏବଂ ସୁରେନ୍ଦ୍ର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ତାରିଖ ଥିବାରୁ ବିଜେଡି ଦଳ ର ମାନ ବଢାଇବା ପାଇଁ ଅଜିତ କ୍ଷେତ୍ତି ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଏବେ ବାକି ରହିଲା ଏହି ପଦରେ ପ୍ରତିଦ୍ୱନ୍ଦୀ କରୁଥିବା ଦୁଇ ପ୍ରାର୍ଥୀ ଙ୍କ ମଧ୍ୟରୁ କିଏ ସଭାପତି ପଦରେ ବିଜେତା ହେଉଛନ୍ତି ।