କଟକ ପଲାସା କଟକ ଟ୍ରେନ କୁ ଗୁଣୁପୁର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି

0
127
କଟକ ପଲାସା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୭) : ଗଜପତି ଓ ରାୟଗଡା ବାସୀଙ୍କ ବହୁ ଦିନ ର ଦାବୀ କୁ ପୂର୍ବତଟ ରେଳ ବାଇ ଗ୍ରହଣ କରିଥିବାରୁ ଉଭୟ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରିଛନ୍ତି । କଟକ ପଲାସା କଟକ ଟ୍ରେନ କୁ ଗୁଣୁପୁର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ବର୍ତ୍ତମାନ ପୁରୀ ଠାରୁ ଗୁଣୁପୁର ଓ ଗୁଣୁପୁର ଠାରୁ ପୁରୀ ଏକ ଯୋଡ଼ା ଟ୍ରେନ ଚାଲୁଛି । ସେହିଭଳି ବିଶାଖା ପାଟଣା ଠାରୁ ଗୁଣୁପୁର ଓ ଗୁଣୁପୁର ଠାରୁ ବିଶାଖା ଗୋଟିଏ ଟ୍ରେନ ଚାଲୁଛି । ରାଉରକେଲା ଗୁଣୁପୁର ରାଜ୍ୟ ରାଣୀ ଏକ୍ସପ୍ରେସ ମଧ୍ୟ ଏହି ରାସ୍ତାରେ ଚାଲୁଛି । ହେଲେ କଟକ ପଲାସା ଗୁଣୁପୁର ଟ୍ରେନ ପୂର୍ବରୁ ଚାଲୁଥିବା ବେଳେ ତାକୁ ବାତିଲ କରାଯାଇଥିଲା । ଏହାପରେ ଏହି ଟ୍ରେନ କୁ ପୁନଃ ଚାଲୁ କରିବାକୁ ଦାବୀ ଜୋର ଧରିଥିଲା ।

ଏବେ ରେଳବାଇ ର ମୁଖ୍ୟ ପରିବହନ ମେନେଜେର ଡ଼ି. ପାଉଲ ଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨୦ ତାରିଖ ଠାରୁ କଟକ ରୁ ଆରମ୍ଭ ହେବ ବୋଲି ଜଣାପଡୁଛି । ଏଣୁ ଉଭୟ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି । ସେହିଭଳି ରାଜ୍ୟ ରାଣୀ ଟ୍ରେନ କାଶୀନଗର ଠାରେ ରହଣି ଦାବୀ କରାଯାଉଛି ।