ରାମଗଡ଼ ସେବା ସମବାୟ ସମିତି ସଭାପତି ସୁରେନ୍ଦ୍ର ପ୍ରଧାନ

0
191
ରାମଗଡ଼

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୫/୭) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ସେବା ସମବାୟ ସମିତି ଲିଃ ର ନୂତନ ସଭାପତି ଭାବେ ବିଜୟୀ ହେଲେ ସୁରେନ୍ଦ୍ର ପ୍ରଧାନ

ଶୁକ୍ରବାର ସକାଳେ ସମସ୍ତ ନୀତିନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳାରେ ରାମଗଡ଼ ସେବା ସମବାୟ ସମିତି ର ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁରେନ୍ଦ୍ର ପ୍ରଧାନ (ଫୁଟବଲ ଚିହ୍ନ) ଙ୍କ ସପକ୍ଷରେ ମୋଟ ୯ ଟି ଭୋଟ ପଡିଥିବା ବେଳେ ପ୍ରତିଦ୍ୱନ୍ଦୀ ଲୁଲୁ ସେଠି (ସ୍ଟୁଲ ଚି଼ହ୍ନ) ଙ୍କ ୬ ଟି ଭୋଟ ପଡ଼ିଥିଲା । ଏଥିରେ ସୁରେନ୍ଦ୍ର ପ୍ରଧାନ ବିଜୟ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ବିରଞ୍ଚି କାଲସେ ସୂଚନା ଦେଇଛନ୍ତି ।

ପରେ ନୂତନ ସଭାପତି ସୁରେନ୍ଦ୍ର ପ୍ରଧାନ ଙ୍କୁ ସମିତି ସମ୍ପାଦକ ନିରୋଦ ପାତ୍ର ଓ ରାମଗଡ଼ ପଞ୍ଚାୟତ ର ବରିଷ୍ଠ ନାଗରିକ ଗୋପବନ୍ଧୁ ମହାପାତ୍ର, ସଞ୍ଜୀବ ସାହୁ ସୁଜିତ କର୍ଣ୍ଣ, ଯୁବ ସାମ୍ବାଦିକ ସୁଶାନ୍ତ କୁମାର ବେହେରା ଓ ଅନନ୍ୟ ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଥିଲେ ।