କାଶୀନଗର ଏନ.ଏ.ସି. ବୈଠକ : ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ

0
170
କାଶୀନଗର ଏନ.ଏ.ସି.

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୭) : କାଶୀନଗର ଏନ.ଏ.ସି. ର ବୈଠକ ନୂତନ ପରିଷଦ ଗଠନ ପର ଠାରୁ ୩ ଥର ବୈଠକ ଅନୁଷ୍ଠିତ ହେଲାଣି, କିନ୍ତୁ କୌଣସି ସାମ୍ବାଦିକଙ୍କୁ ସୂଚନା ଦିଆଯାଉ ନାହିଁ ।

ଆଜି ଅନୁଷ୍ଠିତ କାଶୀନଗର ଏନ.ଏ.ସି. ର ବୈଠକରେ କାଉନସିଲ ର ମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ ପାଇଁ ଦାବି କରିଥିଲେ । ଏନ.ଏ.ସି. ରେ ମନମୁଖୀ କାର୍ଯ୍ୟ ଚାଲିଥିବା ନେଇ ବିରୋଧୀ ପ୍ରଶ୍ନ କରୁଥିବାର ବିବରଣୀ ମିଡିଆରେ ପ୍ରକାଶ ପାଇ ଯିବା ଭୟରେ ସାମ୍ବାଦିକଙ୍କୁ ଡକାଯାଉ ନାହିଁ । ଯାହା ଫଳରେ ସହରବାସୀ କୌଣସି ସୂଚନା ପାଇ ପାରୁ ନାହାଁନ୍ତି । ରାଜ୍ୟ ସରକାର ସ୍କୁଲ କୁ ମିଡ଼ିଆ ପ୍ରବେଶ ମନା କରିଥିଲେ, କିନ୍ତୁ ସାମ୍ବାଦିକଙ୍କ ଦାବିରେ ତାହା ପ୍ରତ୍ୟାହାର କରିନେଇଛନ୍ତି । ଏହାକୁ ନେଇ ପ୍ରେସ କ୍ଳବ୍ ତରଫରୁ ଏନ ଏ ସି ର ସମସ୍ତ କାର୍ଯ୍ୟକ୍ରମ କୁ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।