ସରପଞ୍ଚ ସୁବାସିନୀ ଯୋଶୀ ଙ୍କ ଆଦର୍ଶ ପଣିଆ : କଥାରେ ନୁହେଁ କାମକରି ଦେଖାଇଲେ

0
111
ସରପଞ୍ଚ ସୁବାସିନୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୭/୦୭) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ଆଦର୍ଶ ସରପଞ୍ଚ ସୁବାସିନୀ ଯୋଶୀ ଙ୍କ ଆଦର୍ଶ ପଣିଆ ।WhatsApp Image 2022 07 16 at 8.59.24 PM ସରପଞ୍ଚ ସୁବାସିନୀ ଯୋଶୀ ଙ୍କ ଆଦର୍ଶ ପଣିଆ : କଥାରେ ନୁହେଁ କାମକରି ଦେଖାଇଲେ

ସରପଞ୍ଚ ସୁବାସିନୀ ଯୋଶୀ ଯାହା ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ରାମଗଡ଼ ପଞ୍ଚାୟତ ବାସୀଙ୍କୁ କଥା ଦେଇଥିଲେ ତାହା ବହୁ ଶୀଘ୍ର କଥାରେ ନୁହଁ କାମରେ ଦେଖାଇବା ପାଇଁ ନିଜର ଆପ୍ରାଣ ଉଦ୍ୟମରେ ଗୋଟେ ଗୋଟେ ପାଦ ଆଗକୁ ବଢ଼ାଇବାରେ ଚେଷ୍ଟା ଚଳାଇଛନ୍ତି । ବିଗତ ୨ ଟି ନିର୍ବାଚନ ୧୦ ବର୍ଷ ର ଅବହେଳିତ ନିଜ ପଞ୍ଚାୟତ ର ସର୍ବ ସାଧାରଣ ଙ୍କ ସାମାଜିକ ଅଧିକାର କୁ ପଞ୍ଚାୟତ ବାସୀଙ୍କ ହାତ ମୁଠାରେ କିପରି ରହିବ ତାହାର ପ୍ରୟାସ ଜାରି ରଖିଛନ୍ତି ।

ଯେମିତି ଅବହେଳିତ ମହିବାହାଲ ଅଙ୍ଗନୱାଡି ସେଣ୍ଟର ନୂତନ ଉନ୍ନତି, ପଞ୍ଚାୟତ ର ଅବିଛିନ୍ନ ଉଆଁଳ ଓ ବୈକୁଣ୍ଠପୁର ଗ୍ରାମ ର ସ୍ୱତନ୍ତ୍ର ଉନ୍ନତି, ରାମଗଡ଼ ହାଇସ୍କୁଲ 5T ରେ ରୂପାନ୍ତରିତ ହାତ ବଢାଇବା, ପଞ୍ଚାୟତ ବାସୀଙ୍କ ପାନୀୟ ଜଳ ସୁବ୍ୟବସ୍ତା, ବିଶେଷ କରି ଦୀର୍ଘ ୧୫ ବର୍ଷ ହେବ ଆଲୋକିତ ହୋଇନଥିବା ପଞ୍ଚାୟତ ଅଫିସ ର ଆଲୋକୀ କରଣ ବ୍ୟବସ୍ତା, ଏସବୁ ଗୁଡ଼ିଏ ନିଜସ୍ୱ ଯୋଜନା ଦେଖିବା ପରେ ପଞ୍ଚାୟତବାସୀ ଶ୍ରୀମତୀ ସରପଞ୍ଚ ଙ୍କ କାର୍ଯ୍ୟକଳାପ କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।