ଉପଲଦା ରାଜସ୍ୱ ନୀରିକ୍ଷକ ନକଲି ଭିଜିଲାନ୍ସ ଦ୍ୱାରା ଶିକାର !

0
190
ଉପଲଦା ରାଜସ୍ୱ ନୀରିକ୍ଷକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୭) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ର ଉପଲଦା ରାଜସ୍ୱ ନୀରିକ୍ଷକ ଶ୍ରୀ ପୁରୁଷୋତ୍ତମ ବିଶ୍ଵାଳ ନକଲି ଭିଜିଲାନ୍ସ ଦ୍ୱାରା ଶିକାର ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ନିଜ କୁ ଭିଜିଲାନ୍ସ ଅଧିକାରୀ ବୋଲି ପରିଚୟ ଦେଇ ଏକ ଘରୋଇ ଗାଡ଼ିରେ ଉପଲଦା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ପାଖକୁ ଆସି ତାଙ୍କ ପିଅନ କୁ ଆର ଆଇ ଅଛନ୍ତି କି ବୋଲି ପଚାରି ନିଜକୁ ଭିଜିଲାନ୍ସ ଅଧିକାରୀ ବୋଲି କହି ତୁମ ନାମରେ ଭିଜିଲାନ୍ସ ଅନୁସନ୍ଧାନ ଚାଲିଛି ବୋଲି ଧୋପେଇ ୫୦ ହଜାର ଟଙ୍କା ନେଇଗଲେ ।

ତା’ପରେ ତାଙ୍କୁ ନାରାୟଣପୁର୍ ଓପତିକୋଟା ନେଇ ଆହୁରି ତାଙ୍କୁ ମାଗିଲେ । ଶ୍ରୀ ବିଶ୍ଵାଳ ସେଞ୍ଚୁରିଆନ କଲେଜ ପାଖରେ ବଳକା ତାଙ୍କ ମୋଟ ୮୫ ହଜାର ଠକି ନେଇଥିବା ଗୁରଣ୍ଡି ଥାନାରେ ଅଭିଯୋଗ ହୋଇଛି । କେସ ନ ୫୭/୨୨ ଧାରା ୪୧୯, ୪୨୦ ରେ ମୋକଦ୍ଦମା ହୋଇଛି ବୋଲି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।