ସୋନପୁର କଲେଜ ଅଧ୍ୟକ୍ଷଙ୍କ ସହିତ ବରିଷ୍ଟ ନାଗରିକଙ୍କ ଆଲୋଚନା ଓ ବିଭିନ୍ନ ପରାମର୍ଶ

0
100
ସୋନପୁର କଲେଜ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୭) : ବରିଷ୍ଟ ନାଗରିକ ସଂଘ ସୋନପୁର ର କର୍ମକର୍ତ୍ତା ସମ୍ପ୍ରତି ସୋନପୁର କଲେଜ ରେ ଘଟିଥିବା ସତୁରୀ ଲକ୍ଷ ଟଙ୍କା ର ଘୋଟାଲା ଉପରେ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏହା ଉପରେ ପୋଲିସ ର ଅନୁସନ୍ଧାନ ଚାଲିଥିବା ବିଷୟ ଅଧ୍ୟକ୍ଷ ପ୍ରକାଶ କରିଥିଲେ ।

ଏହା ସହିତ ସୋନପୁର କଲେଜ ର ଯୌନ ନିର୍ଯାତନା ର ଅଭିଯୋଗ ପ୍ରସଙ୍ଗ ଉପରେ ଉଦ୍‌ବେଗ ପ୍ରକାଶ ପୂର୍ବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ କରିଥିଲେ ଏବଂ କଲେଜ ପରିଚାଳନା କମିଟି, ଅଭିଭାବକ କମିଟି ଓ ଷ୍ଟାଫ୍ କାଉନସିଲ୍ ସହିତ ଆଲୋଚନା କରି ଉଭୟ ଘଟଣା ର ସତ୍ୟତା ଓ କଲେଜ ପାଣ୍ଠି ର ବହୁମୂଲ୍ୟ ସମ୍ପତ୍ତିକୁ ଉଦ୍ଧାର ଓ ଅନୁଷ୍ଠାନ ର ସୁନାମ ବଜାୟ ରଖିବାକୁ ଏ କମିଟି ଅନୁରୋଧ କରିଥିଲେ । ସୋନପୁର ବରିଷ୍ଟ ନାଗରିକ କମିଟି ର ସଭାପତି ଡ. ଜ୍ୟୋତି ରଞ୍ଜନ ବହିଦାର, ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ବରିଷ୍ଟ ସଦସ୍ୟ ତଥା ଆଇନଜିବୀ ବ୍ୟୋମକେଶ ଦାଶ, ଡ. ସନ୍ତୋଷ କୁମାର ପାଢୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

କଲେଜ ର ବିଭିନ୍ନ ଘଟଣା ର ସମାଧାନ ଓ ସମସ୍ତ କ୍ଷେତ୍ରରେ ସଂସ୍କାର ଓ ସୁଧାର ଆଣିବାକୁ କଲେଜ ପରିଚାଳନା କମିଟି ସଭାପତି ଓ ଜିଲ୍ଲାପାଳ ଓ ଏସପି ଙ୍କୁ ଭେଟି ଇତି ମଧ୍ୟରେ ଏ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ବରିଷ୍ଠ ନାଗରିକ କମିଟି ପକ୍ଷରୁ ପ୍ରକାଶ ପାଇଛି l