ଜଗନ୍ନାଥ ସଡ଼କ ପ୍ରଶସ୍ତିକରଣରେ ମହା ଘୋଟାଲା !

0
267
ଜଗନ୍ନାଥ ସଡ଼କ

ସରକାର ଓ ସରକାରୀ ବାବୁ ଏବଂ ଠିକା ସଂସ୍ଥା ର ଏହା ମଧୁଚନ୍ଦ୍ରିକା କି ?
କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ପ୍ରକଳ୍ପରେ କାହିଁକି ଆଜି ପର୍ଯ୍ୟନ୍ତ କରାଯାଉନି ସୂଚନା ଫଳକ ?

ରିପୋର୍ଟ : ସୁଶାନ୍ତ କୁମାର ବେହେରା
ବୌଦ୍ଧ, (୨୨/୦୭) : ବୌଦ୍ଧ ଜିଲ୍ଲା ସଦର କୋର୍ଟ ଛକ ଠୁ ଆରମ୍ଭ ଜଗନ୍ନାଥ ସଡ଼କ ପ୍ରଶସ୍ତିକରଣ ର ମହା ଘୋଟାଲା । ଯେଉଁ ରାସ୍ତା ଟି ସିଧା ସଳଖ ବୌଦ୍ଧ ଜିଲ୍ଲାରୁ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ଧାମକୁ ସଂଯୋଗ କରୁଛି ଆମେ ସେହି ସଡ଼କ କଥା ଆଜି ଉପସ୍ଥାପନା କରୁଛୁ ।

ଦୀର୍ଘ ୪ ବର୍ଷ ଧରି ଏହି ରାସ୍ତା ର ଉନ୍ନତି ଓ ପ୍ରଶାସ୍ତି କରଣ ପାଇଁ ବୌଦ୍ଧ ଜିଲ୍ଲା କୋର୍ଟ ଛକ ଠୁ ହରଭଙ୍ଗା ବ୍ଲକ ଧଳପୁର ଜଗନ୍ନାଥ ସଡ଼କ ପାଇଁ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଅତି ନିମ୍ନ ମାନର କାମ ହେଉଥିବା ଯୋଗୁଁ କାର୍ଯ୍ୟ ର ଏକ ମାସ ଭିତରେ ବହୁ ଜାଗାରେ ରାସ୍ତା ଓ ସେତୁ ଗୁଡିକରେ ଫାଟ ହେବା ସହିତ ସେତୁ ଗୁଡିକର ଉଭୟ ପାର୍ଶ୍ଵରେ ତିଆରି ହେଉଥିବା ରାସ୍ତା ଏବଂ ପଥର ପ୍ୟାଚିଂ ଧସିଯାଉଥିବାର ଦେଖିବାକୁ ମିଳୁଛି । ଯେମିତି କି ରାମଗଡ଼ ଲକ୍ଷ୍ମୀ ନାଳ ଉପରେ ସେତୁ, ଘୋରଡ଼ା ସେତୁ ଓ ଏହି ରାସ୍ତା ର ବିଭିନ୍ନ ସ୍ଥାନରେ ହୋଇଥିବା ଛୋଟ ଛୋଟ ପୋଲ ଗୁଡିକର ପ୍ରଶସ୍ତି କରଣ ପୁରୁଣା ପୋଲରେ ନିର୍ମାଣ ଇଦ୍ୟାଦି ।

ସ୍ଥାନୀୟ ବାସିନ୍ଦା ନିର୍ମାଣ ର ବିଭିନ୍ନ ସମୟରେ ଠିକା ସଂସ୍ଥା କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ତାହାର ପ୍ରଭାବ ପଡୁନି । ନା ଆଜି ପର୍ଯ୍ୟନ୍ତ କେତେ କୋଟି ଟଙ୍କାରେ ଏହି ପ୍ରକଳ୍ପ ଟି ତିଆରି ହେଉଛି ତାହାର ସୂଚନା ଫଳକ ଲାଗିଲା । ଏହି ଦୁର୍ନୀତି ସରକାର ଓ ସରକାରୀ ବାବୁ ଏବଂ ଠିକା ସଂସ୍ଥା ଙ୍କ ମଧୁଚନ୍ଦ୍ରିକାରେ ଜାଣି ଶୁଣି ଜନସାଧାରଙ୍କ ଆଖିରେ ଧୂଳି ପକାଇ କାର୍ଯ୍ୟକାରୀ ହେଉନି ତ ? ଏବେ ପ୍ରଶ୍ନ ଉଠୁଛି ସ୍ଥାନୀୟ ଜନତାଙ୍କ ମନରେ ।