ସମିତି ସଭ୍ୟାଙ୍କ ସ୍ଵାମୀ ଙ୍କୁ ଗୁଳି କରି ହତ୍ୟା ଅଭିଯୋଗରେ ମୂଖ୍ୟ ସୁପାରିକିଲର ଗିରଫ

0
129
ସମିତି ସଭ୍ୟାଙ୍କ ସ୍ଵାମୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୧/୦୭) : ବହୁ ଚର୍ଚ୍ଚିତ ବେଲପଡା ବ୍ଲକ ବାଗଦୋର ସମିତି ସଭ୍ୟାଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳଙ୍କୁ ଗୁଳି କରି ହତ୍ୟା ଘଟଣା ର ଫେରାର୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୁଲିସ ।

ସମିତି ସଭ୍ୟାଙ୍କ ସ୍ଵାମୀ ଙ୍କୁ ଗୁଳି କରି ହତ୍ୟା ଅଭିଯୋଗରେ ପୂର୍ବରୁ ୬ ଜଣ ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ଦିନରୁ ନରେଶ ସାହୁ ଫେରାର ଥିଲା । ପରେ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ଗତକାଲି ସନ୍ଧ୍ୟା ସମୟରେ ଛତିଶଗଡର ରାଇପୁର ଅଞ୍ଚଳ ର ଏକ ସ୍ଥାନରେ ଲୁଚିକି ଥିବାବେଳେ ତାକୁ ଗିରଫ କରାଯାଇଥିବା ଉପଖଣ୍ଡ ପୁଲିସ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ତା’ଠାରୁ ୨ଟି ଦେଶୀ ବନ୍ଧୁକ ଏବଂ ୪ଟି ଜୀବନ୍ତ ଗୁଳି ଜବତ ସହ ଅନ୍ୟ ବ୍ୟବହୃତ ସାମଗ୍ରୀମାନେ ଜବତ କରିଥିଲା । ଗତ ତା ୨୮/୩/୨୨ ଦିନ ଲୋକନାଥ ନିଜ ଘର ଆଗରେ ବସିଥିବା ବେଳେ ୩ ଜଣ ଆସି ଗୁଳି ମାଡ଼ କରିଥିଲେ । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବସୁ ପଧାନ ସହ ୫ ଜଣ ସୁପାରୀ କିଲରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଗୁଳି ଚାଳନା କରିଥିବା ମୁଖ୍ୟ ସୁପାରୀ କିଲର ନରେଶ ସାହୁ ଫେରାର ଥିଲା ।

ତେବେ ଗାଁରେ ପତିଆରା ଜାହିର କରିବାକୁ ବାସୁ ଏବଂ ଲୋକନାଥ ଦୁହିଁଙ୍କ ମଧ୍ୟ୍ୟରେ ତିକ୍ତତା ଲାଗି ରହିଥିବା ଯୋଗୁଁ ବସୁ ପଧାନ ସୁପାରୀ କିଲର ଲଗାଇ ଲୋକନାଥକୁ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ପୁଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା ।