ହରିହର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ସୋମବାର ହାଟ ଉଦ୍ଘାଟିତ

0
101
ହରିହର ମହାଦେବ ମନ୍ଦିର

ରିପୋର୍ଟ :ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୦୭) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତ ହରେକୃଷ୍ଣ ପୁର ହରିହର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଥର ପାଇଁ ସୋମବାର ସାପ୍ତାହିକ ହାଟ ଗତକାଲି ଉଦ୍ଘାଟିତ ହୋଇଯାଇଛି ।

ହରିହର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର ହାଟକୁ ଉଦ୍ଘାଟନ କରିଥିବା ବେଳେ ସରପଞ୍ଚ କଲ୍ୟାଣ ପ୍ରଧାନ, ହରେକୃଷ୍ଣ ପୁର ଗ୍ରାମ୍ୟ ସଭାପତି ଉମାକାନ୍ତ ପ୍ରଧାନ, ସମ୍ପାଦକ ଘନଶ୍ୟାମ ବାରିକ, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ବିଶି, ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହିଥିଲେ । ଶ୍ରୀଯୁକ୍ତ ମିଶ୍ର ହାଟକୁ ଆସିଥିବା ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବା, ହାଟ ର ଉନ୍ନତି ପାଇଁ ଆଗକୁ ସ୍ଥାୟୀ ଗୃହ, ଗ୍ରାହକ ଓ ବ୍ୟବସାୟୀ ମାନଙ୍କୁ ପାନୀୟ ଜଳ ସୁବିଧା ଆଦି ଉପରେ ଉପସ୍ଥାପନା କରିଥିଲେ ।