ହାତୀକୁ ଗୁଳିମାଡ଼ ! ଆଜି ଯିବ ବନ ବିଭାଗ ଟିମ୍‌

0
143
ହାତୀକୁ ଗୁଳିମାଡ଼

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନରସିଂହପୁର, (୨୬/୦୭) : କଟକ ଜିଲ୍ଲା ନରସିଂହପୁର ଅଞ୍ଚଳ ର ନୂଆଗଡ଼ କମ୍ପାର୍ଟମେଣ୍ଟ ନଂ ୩ ରେ ଏକ ଅସୁସ୍ଥ ହାତୀ ବୁଲୁଥିବା ସୂଚନା ମିଳିଛି । ତେବେ ହାତୀକୁ ଗୁଳିମାଡ଼ ହୋଇଛି ନା ସଂକ୍ରମଣ ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ସ୍ଥାନୀୟ ଲୋକେ ହାତୀକୁ ଗୁଳିମାଡ଼ ହୋଇଥିବା କହୁଥିବା ବେଳେ ବନ ବିଭାଗ ଟିମ୍‌ ଆଜି ଘଟଣାସ୍ଥଳକୁ ଯିବେ ବୋଲି ବନ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାଙ୍କ ସୂଚନା ଦେଇଛନ୍ତି । ବନ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାର ଙ୍କ ସୂଚନା ଅନୁସାରେ, ଆଜି ବନ୍ୟ ପ୍ରାଣୀ ବିଶେଷଜ୍ଞ ଟିମ୍ ଓ ସାତକୋଷିଆ ୱାଇଡ୍‌ ଲାଇଫ ର ଏକ ଟିମ୍‌ ମ ଘଟଣାସ୍ଥଳକୁ ଯାଇ ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବେ ।

ତେବେ ହାତୀ ଦେହରେ ଗୁଳି ବାଜିଛି କି ଅନ୍ୟ କୌଣସି ସଂକ୍ରମଣ ହୋଇଛି ସେନେଇ ଜଣାପଡ଼ି ନାହିଁ । ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀ କାନରେ ଗୁଳି ବାଜିଥିବା ଦେଖୁଥିଲୁ । ଏ ନେଇ ବନ ବିଭାଗକୁ ଖବର ଦେଇଥିଲୁ ।

କିଛି ଦିନ ପୂର୍ବରୁ ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଶିକାରୀ ଗୁଳିରେ ଗୋଟିଏ ଦନ୍ତାହାତୀ ଗୁରୁତର ଆହତ ହୋଇଥିଲା । ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବାରୁ ହାତୀଟି ଜଙ୍ଗଲ ଭିତରେ ଘୁରି ବୁଲିବା ସହିତ ଗର୍ଜନ କରୁଥିଲା । ହାତୀଟି ଚାଲି ନପାରିବାରୁ ଜଙ୍ଗଲ ଭିତରେ ଥିବା ନାଳରେ ପଡ଼ି ଯାଇଥିଲା । ମାତ୍ର ସେଠାରୁ ଉଠି ପାରିନ ପାରି ଚିତ୍କାର କରିଥିଲା । ହାତୀ ଚିତ୍କାର ଶୁଣି ଜଙ୍ଗଲକୁ ଯାଇଥିବା ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ ।

ବନ ବିଭାଗ ହାତୀକୁ ଚିକିତ୍ସା କରିଥିଲା । ଆପ୍ରାଣ ଉଦ୍ୟମ ସତ୍ତ୍ୱେ ହାତୀ ର ଜୀବନ ବଞ୍ଚାଇ ପାରି ନଥିଲେ ବନ ବିଭାଗ । ମଙ୍ଗଳବାର ହାତୀ ର ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ, ପୂର୍ବରୁ ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁ ରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା ।