ବିଦ୍ୟୁତ ମହୋତ୍ସବ ପାଳିତ : “ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ”

0
121
ବିଦ୍ୟୁତ ମହୋତ୍ସବ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା. (୨୬/୦୭) : ଦେଶ ସ୍ୱାଧିନତା ର ୭୫ ବର୍ଷ ପାଳନ ଉପଲକ୍ଷେ ଜାରି ରହିଥିବା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧିନସ୍ଥ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ପାୱାର @୨୦୪୭ ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ଜିଲ୍ଲାପାଳ ଶ୍ରୀମତି ସ୍ୱଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ଶକ୍ତି ବିଭାଗ ର ଏନଟିପିସି, ଓପିଟିସିଏଲ ଓ ଟିପିଏସଓଡିଏଲ ମିଳିତ ଆନୁକୂଲ୍ୟରେ ଏହି ମହୋତ୍ସବ ପାଳନ କରାଯାଇଛି ।

ଏଲସିଡି ମାଧ୍ୟମରେ ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଦ୍ୟୁତ ଉତ୍ପାଦନ, ବିଦ୍ୟୁତ ସେବା ଆଦି ପ୍ରଦର୍ଶିତ କରାଯାଇଥିବା ବେଳେ ବିଦ୍ୟୁତ ସଂରକ୍ଷଣ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଶେଷ କରି ଭାରତ ବର୍ଷରେ ତଥା ଓଡ଼ିଶାରେ କିପରି ଭାବେ ବିଦ୍ୟୁତ ଉତ୍ପାଦନ କରାଯାଇ ଲୋକଙ୍କ ସେବାରେ ଆସୁଛି, କିପରି ଭାବେ ଆହୁରି ଗୁଣାତ୍ମକ ମାନର ଓ ନିରବଛିନ୍ନ ବିଦ୍ୟୁତ ସେବା ଲୋକଙ୍କୁ 24×7 ଯୋଗାଇ ଦିଆଯାଇ ପାରିବ ଏବଂ ଭାରତ ବର୍ଷ ଓ ଓଡ଼ିଶା ରାଜ୍ୟରେ କିପରି ଏହା କାର୍ଯ୍ୟକାରୀ ହେଉଛି ଓ ବିଦ୍ୟୁତ ଶକ୍ତି ର ଆବଶ୍ୟକତା ଓ ଉପକାରିତା, ବିଦ୍ୟୁତ ସଂରକ୍ଷଣ ଓ ନିଜକୁ ସୁରକ୍ଷା ଦେବା ବିଷୟରେ ଜନସାଧାରଣ ଅବଗତ ହେବା ଏବଂ ଏହି ମହୋତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୋଲି ଟିପିଓଏସଡିଏଲ ନିର୍ବାହୀ ଯନ୍ତ୍ରୀ ନାରୟଣ ନାୟକ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଏସ.ପି. ବିବେକାନନ୍ଦ ଶର୍ମା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଗୁଣପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଓ ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବର ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଓଟିପିସିଏଲ ଡିଜିଏମ ନିହାର ରଞ୍ଜନଙ୍କ ସମେତ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ଏସଏଚଜି ଗ୍ରୁପ ସଦସ୍ୟା, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ କର୍ତ୍ତୁପକ୍ଷମାନେ ଉପସ୍ଥିତ ରହିଥିଲେ ।